ଦୂର ହେଉନି ଉଠା ଦୋକାନୀଙ୍କ ଦୁଃଖ

ଆଠମଲ୍ଲିକ,୧୭ା୩(ଡି.ଏନ.ଏ.) – ବଜାର ରାସ୍ତା ପ୍ରଶସ୍ତୀକରଣ ବେଳେ ପ୍ରଶାସନ ଦେଇଥିଲା ନିର୍ଭର ପ୍ରତିଶ୍ରୁତି। ନୂତନ ଦୋକାନ ଘର ଯୋଗାଇ ଦିଆଯିବ କହି ରାସ୍ତା ପାର୍ଶ୍ୱରୁ ହଟାଇ ଦେଇଥିଲା ୧୬୬ ଜଣ ଉଠା ଦୋକାନୀଙ୍କୁ। ହେଲେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହିଁ। ଫଳରେ ସ୍ଥାୟୀ ଦୋକାନ ଘରଟିଏ ପାଇଁ ଅପେକ୍ଷା କରିଥିବା ଅନୁଗୋଳ ଜିଲା ଆଠମଲ୍ଲିକ ସହରର ଉଠାଦୋକାନୀଙ୍କ ଦୁଃଖ ଦୂର ହୋଇପାରୁ ନାହିଁ।
ଶିଳ୍ପ ଜିଲା ଅନୁଗୋଳର ଏକ ଉପଖଣ୍ଡ ହୋଇଥିଲେ ମଧ୍ୟ ଆଠମଲ୍ଲିକରେ କଳକାରଖାନା ନାହିଁ। ତେଣୁ ଏଠାରେ ବଡ଼ ବ୍ୟବସାୟୀ ନାହାନ୍ତି କି ବଜାରର ଆକାର ମଧ୍ୟ ସେପରି ବିରାଟ ନୁହେଁ। ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଶତାଧିକ ଉଠା ଦୋକାନୀଙ୍କ ସହ ଅଳ୍ପ କେତେଜଣ ବ୍ୟବସାୟୀ ଯାହା ଯେମିତି ବ୍ୟବସାୟ କରନ୍ତି। ହେଲେ ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ୨୪ ଫେବୃୟାରୀ ୨୦୧୩ରେ ଗାନ୍ଧୀ ଛକ, ଦୁର୍ଗା ବଜାର, ଗଣେଶ ବଜାର, ହନୁମାନ ବଜାରରୁ ୧୬୬ ଜଣ ଉଠାଦୋକାନୀଙ୍କୁ ପ୍ରଶାସନ ଉଚ୍ଛେଦ କରିଥିଲା। ଏହାକୁ ନେଇ ସେତେବେଳେ ଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ପ୍ରତିବାଦରେ ଆଠମଲ୍ଲିକ ବନ୍ଦ ଡାକରା ଦିଆଯିବା ସହ ଥଇଥାନ ପାଇଁ ଦାବି ରଖାଯାଇଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଉଠାଦୋକାନୀଙ୍କ ସହିତ ଆଲୋଚନା ହୋଇଛି। ମାତ୍ର କୌଣସି ସୁଫଳ ଏଯାଏ ମିଳିପାରିନାହିଁ। ଫଳରେ କେତେଜଣ ଦୋକାନୀ ସ୍ଥାନୀୟ କିଶୋର କ୍ଲବ ପରିସର, ସରକାରୀ ବସ୍‌ଷ୍ଟାଣ୍ଡ ପାର୍ଶ୍ୱ, ପୁରୁଣା ଲିପ୍ତିଙ୍ଗା ସ୍କୁଲ ସମ୍ମୁଖରେ ଦୋକାନ ଦେଇ ଗୁଜୁରାଣ ମେଣ୍ଟାଉଛନ୍ତି। ପରବର୍ତ୍ତୀ ସମୟରେ ଏନ୍‌ଏସି ପକ୍ଷରୁ ସମସ୍ତ ଉଠାଦୋକାନୀଙ୍କ ନାମ ପଞ୍ଜୀକରଣ କରାଯାଇ ପରିଚୟପତ୍ର ପ୍ରଦାନ କରାଯାଇଛି। ହେଲେ ନୂତନ ଦୋକାନ ଘର ନିର୍ମାଣ ଶେଷ ହେଉ ନ ଥିବାରୁ ୭ ବର୍ଷ ହେଲା ଅପେକ୍ଷା କରିଥିବା ଉଠାଦୋକାନୀମାନେ ଘର ପାଇବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି।
ବାରମ୍ବାର ଉଚ୍ଛେଦ ଅତିଷ୍ଠ କଲାଣି
ଦୋକାନ ଉଠାଇ ଦେବା ପରେ ପ୍ରଶାସନ ଉଠା ଦୋକାନୀମାନଙ୍କ କଥା ଭୁଲିଯାଇଛି। ବହୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ଦୋକାନ ଘର ଖଣ୍ଡେ ଦେଇନାହାନ୍ତି। ବାରମ୍ବାର ଉଚ୍ଛେଦ ଯୋଗୁ ଦୋକାନୀ ଭାଇମାନେ ଅତିଷ୍ଠ ହୋଇପଡ଼ିଲେଣି। ଥଇଥାନ ଦିଗରେ ଏନ୍‌ଏସି ଶୀଘ୍ର ପଦକ୍ଷେପ ନେଉ।
-ଅଶୋକ କୁମାର ନନ୍ଦ, ସଭାପତି, ଉଠାଦୋକାନୀ ସଂଘ
ଥଇଥାନ ନେଇ କୌଣସି ଖବର ନାହିଁ
ବହୁ ଉନ୍ନତିକର କାର୍ଯ୍ୟ ଏନ୍‌ଏସି ପକ୍ଷରୁ କରାଯାଉଛି। ମାତ୍ର ଉଠାଦୋକାନୀଙ୍କ ଦୁଃଖ ପ୍ରଶାସନ ଆଖିକୁ ଦେଖାଯାଉ ନାହିଁ। ଦୋକାନୀମାନଙ୍କ ଥଇଥାନ ପାଇଁ କର୍ତ୍ତୃପକ୍ଷ କିଛି ଯୋଜନା କରୁଥିବା ଖବର ମଧ୍ୟ ଆମ ପାଖରେ ନାହିଁ। ସ୍ଥାୟୀ ଦୋକାନ ଘର ଖଣ୍ଡିଏ ଲେଖାଏ ଯୋଗାଇ ଦେଲେ ଏନ୍‌ଏସିର ଆୟ ମଧ୍ୟ ବଢ଼ନ୍ତା।
-ଜୟାନନ୍ଦ ଜ୍ୟୋତିଷରାୟ, ପୂର୍ବତନ ସଭାପତି
ଅବସ୍ଥା ଦୟନୀୟ ହୋଇଗଲାଣି
ଆଠମଲ୍ଲିକ ଏନ୍‌ଏନସି ପକ୍ଷରୁ ଉଠାଦୋକାନୀଙ୍କ ଥଇଥାନ ଦିଗରେ ଆଦୌ ଚିନ୍ତା କରାଯାଉଥିବା ଭଳି ମନେ ହେଉନାହିଁ। ବର୍ଷ ବର୍ଷ ଧରି ଉପେକ୍ଷିତ ଏହି ଉଠାଦୋକାନୀମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଲାଣି। ଶୀଘ୍ର ଥଇଥାନ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ।
-ତପନ କୁମାର ସାହୁ, ସାଧାରଣ ସମ୍ପାଦକ, ଉଠା ଦୋକାନୀ ସଂଘ
ନିଲାମୀ ବେଳେ ଅଂଶଗ୍ରହଣ କରିପାରିବେ
ଉଠା ଦୋକାନୀଙ୍କ ଥଇଥାନ ପାଇଁ ସେପରି ବ୍ୟବସ୍ଥା ନାହିଁ। ଏନଏସି ନିର୍ମାଣ କରୁଥିବା ଦୋକାନ ଘର ନିଲାମରେ ଉଠାଦୋକାନୀ ଅଂଶଗ୍ରହଣ କରିପାରିବେ। ଅର୍ଥ ଓ ଜମି ବ୍ୟବସ୍ଥା ଅନୁଯାୟୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ବ୍ୟବସାୟୀଙ୍କୁ ଯୋଗାଇ ଦିଆଯିବ। ଭେଣ୍ଡିଂ ଜୋନ ଜରିଆରେ ଉଠାଦୋକାନୀଙ୍କୁ ଦୋକାନ ପ୍ରଦାନ କରାଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ ତଥା ଏନ୍‌ଏସି ପ୍ରଶାସକ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri