୩ ଆଦିବାସୀ ଗାଁର ଦୁଃଖ ତୁଳସୀ

ବାଲେଶ୍ୱର ଅଫିସ, ୫।୭-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରସଲପୁର ପଞ୍ଚାୟତ ଦେଇ ପ୍ରବାହିତ ଜଳକା ନଦୀର ଶାଖା ତୁଳସୀ ନଦୀ ରସଲପୁର ପଞ୍ଚାୟତକୁ ଦୁଇଭାଗ କରିଛି। ନଦୀର ଗୋଟିଏ ପାର୍ଶ୍ୱରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ, ରାଶନ ବଣ୍ଟନ କେନ୍ଦ୍ର ଥିବା ବେଳେ ଅନ୍ୟପଟରେ ଗାଁଲୋକଙ୍କ ଶହ ଶହ ଚାଷଜମି ସହିତ ୩ଟି ଆଦିବାସୀ ଗାଁ ରହିଛି। ଉକ୍ତ ଆଦିବାସୀ ଗାଁରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ସେମାନେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ଅତି ଆବଶ୍ୟକ ସେବାଠାରୁ ଆରମ୍ଭ କରି ସରକାରୀ ଯୋଜନାରୁ ଦୂରରେ ରହିଛନ୍ତି। ଏପରିକି ଭୋଟ ପ୍ରଦାନରୁ ମଧ୍ୟ ବଞ୍ଚିତ ରହିଛନ୍ତି। ରସଲପୁର ପଞ୍ଚାୟତର ୭ନଂ. ୱାର୍ଡ଼ ଅଧୀନ ଗୋବିନ୍ଦପୁର, ନରଣି ଓ ୫ନଂ. ୱାର୍ଡ଼ ଅଧୀନ ଟୁଲକଡ଼ିହାର ଗ୍ରାମକୁ ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ, ଏମ୍‌ପିଙ୍କ ପାଦ ପଡିନାହିଁ। ତୁଳସୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଭୟ ପାର୍ଶ୍ୱର ଲୋକ ବାରମ୍ବାର ଗ୍ରାମ ଉନ୍ନୟନ ବିଭାଗ, ଜଳସେଚନ ବିଭାଗ, ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଥିପାଇଁ ଓଲାଡ଼ି, ବଡ଼ଧନାଡ଼ି, ସାନଧନାଡ଼ି ସମେତ ନଳବାହାର ପଞ୍ଚାୟତର ଲୋକମାନେ ଚାଷ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବାଲେଶ୍ୱର ସଦରକୁ ଆସିବା ପାଇଁ ଉକ୍ତ ପଞ୍ଚାୟତର ଲୋକଙ୍କୁ ନଳବାହାର ଦେଇ ୧୭ କି.ମି. ଅତିକ୍ରମ କରିବାକୁ ପଡୁଛି। ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ହୋଇଗଲେ ମାତ୍ର ୫କି.ମି. ରାସ୍ତା ଆସିବା ପରେ ଲୋକେ ସଦର ମହକୁମାରେ ପହଞ୍ଚତ୍ପାରିବେ। ତୁଳସୀ ନଦୀର ପୋଲ ସମେତ ଓଲାଡ଼ିରୁ ମିରିଗିମୁଣ୍ଡି ଭାୟା ଗୋବିନ୍ଦପୁର ରାସ୍ତା ନିର୍ମାଣ କରାଗଲେ ୬୦ନଂ. ଜାତୀୟ ରାଜପଥକୁ ମାତ୍ର ୩କି.ମି. ହୋଇଯିବ। ଏହି ରାସ୍ତାର ନିର୍ମାଣ ଅଧାଅଧି ସରିଥିବା ବେଳେ ଅବଶିଷ୍ଟ ପ୍ରତି କାହାରି ଧ୍ୟାନ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବର୍ଷାଦିନେ ଏହି ପଞ୍ଚାୟତର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇଥାଏ। କେବଳ ସେତିକି ନୁହେଁ ନଦୀରେ ଜୁଆରପାଣି ଆସି ଏହାର ବନ୍ଧରେ ସୃଷ୍ଟି ହୋଇଥିବା ଘାଇରେ ପଶି ସିଧାସଳଖ ଚାଷଜମିରେ ମାଡିଥାଏ। ଜୁଆର ପଶିବା ଯୋଗୁ ତୁଳସୀ ନଦୀର ଦୁଇପଟରେ ଶହ ଶହ ଏକର ଜମି ବର୍ଷ ବର୍ଷ ଧରି ଚାଷ ହୋଇପାରୁନାହିଁ। ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଉଦ୍ୟମରେ ଉକ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯେଜନାର ପରିକଳ୍ପନା କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ଏହା ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନର ବିଧାୟକ ସ୍ବରୂପ କୁମାର ଦାସଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଏହାର ତଦାରଖ କରି ପଦକ୍ଷେପ ନେବା ଲାଗି ଉଦ୍ୟମ ରଖିଥିବା ଜଣାପଡିଛି। ଆଗାମୀ ଦିନରେ ମନୁଡିହା, କୁଶୁହିହା, ଓଲାଡ଼ି, ବଡ଼ଧନାଡ଼ି, ସାନଧନାଡ଼ି ସହ ୧୦ଖଣ୍ଡ ମୌଜାର ଲୋକଙ୍କ ଯାତାୟାତରେ ସୁବିଧା ନିମନ୍ତେ ତୁଳସୀ ନଦୀରେ ପୋଲ ନିର୍ମାଣ ସହ ଓଲାଡ଼ିରୁ ଗୋବିନ୍ଦପୁର ହୋଇ ୬୦ନଂ. ଜାତୀୟ ରାଜପଥକୁ ରାସ୍ତା ସଂଯୋଗୀକରଣ କରିବା ନିମନ୍ତେ ନାଏବ ସରପଞ୍ଚ ଶ୍ରୀକାନ୍ତ ପାଣି, ୱାର୍ଡ଼ସଭ୍ୟା ସୁନୀତା ମାଝି, ଗ୍ରାମବାସୀ ଭଗବାନ ନାୟକ, ମକରନ୍ଦ ଦଳାଇ, ଲକ୍ଷ୍ମୀକାନ୍ତ ସୋରେନ୍‌, ସତ୍ୟାନନ୍ଦ ମହାନ୍ତି, ମୂରଲୀ ସୋରେନ୍‌, ମନ୍ମଥ ସୋରେନ, ହରେକୃଷ୍ଣ ଦଳାଇ, ସୂର୍ଯ୍ୟକାନ୍ତ ମାରାଣ୍ଡି, ଉମାକାନ୍ତ ସୋରେନ୍‌, କଟ ଦଳାଇ ଓ ବଂଶୀଧର ଦଳାଇ ପ୍ରମୁଖ ବହୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଶୁଭେଶ କୁମାର ନାୟକ କହିଛନ୍ତି, ତୁଳସୀ ନଦୀ ଏହି ଅଞ୍ଚଳର ଦୁଃଖର କାରଣ ସାଜିଛି। ନଦୀ ବନ୍ଧରେ ଘାଇଗୁଡ଼ିକରେ ଜୁଆର ପାଣି ପଶି ଶତାଧିକ ଏକର ଚାଷଜମି ନଷ୍ଟ କରୁଛି। ଜଳସେଚନ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛନ୍ତି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ କହିଛନ୍ତି, ଏହି ଅଞ୍ଚଳବାସୀ ତୁଳସୀ ନଦୀ ପାଇଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ଖବର ପାଇବା ପରେ ସେଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇବା ସହିତ ଓଲାଡ଼ିରୁ ମିରିଗିମୁଣ୍ଡି ଭାୟା ଗୋବିନ୍ଦପୁର ଦେଇ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri