ରାସ୍ତା କଡ଼ରେ ଜଳିଗଲା ଗ୍ରିଡର ମେଶିନ

ବାଲିଗୁଡା,୨୩।୫:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନଂ. ଜାତୀୟ ରାଜପଥ କଡ଼ରେ ଏକ ଗ୍ରିଡର ମେଶିନ୍‌ରେ ନିଆଁ ଲାଗି ଜଳିଯାଇଛି। ମେଶିନ୍‌ଟି ଠିକା ସଂସ୍ଥାରେ ନିୟୋଜିତ ଥିବା ଜଣାପଡ଼ିଛି। ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଠିକା ସଂସ୍ଥାର ଜଣେ କର୍ମଚାରୀ କହିଛନ୍ତି । ଖବରପାଇ କ.ନୂଆଗାଁ ପୋଲିସ ପହଞ୍ଚିି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।