ପୁଣି ହୃଦୟ ଜିତିଲେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି। ଅନ୍ତର୍ଜାତୀୟ ପରଦାରେ ଧନୁଷଙ୍କ ଜଲଓ୍ବା ଦେଖି ତାଙ୍କର ପ୍ରଶଂସକମାନେ ବେଶ୍‌ ଖଉସି ଅଛନ୍ତି। ନିକଟରେ ଧନୁଷଙ୍କୁ ଜଣେ ସାଉଥ୍‌ ଅଭିନେତା କୁହାଯାଉଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଧନୁଷ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବଲିଉଡ୍‌ ପର୍ଯ୍ୟନ୍ତ ନିଜ ଅଭିନୟର ପ୍ରମାଣ ଦେଇଛନ୍ତି। ଏବେ ସେ ହଲିଉଡ୍‌ରେ ମଧ୍ୟ ପାଦ ଥାପିଛନ୍ତି। ‘ଗ୍ରେ ମ୍ୟାନ’ ଫିଲ୍ମର ପ୍ରମୋଶନ ସମୟରେ ଧନୁଷଙ୍କୁ ସାଉଥ୍‌ ଅଭିନେତା କୁହାଯିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କୁ ‘ସାଉଥ୍‌ ଅଭିନେତା’ନୁହେଁ ବରଂ ଜଣେ ଭାରତୀୟ ଅଭିନେତା କୁହାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସମୟ ଆସିଛି ଯେ ଆମେ ସମସ୍ତେ ଏକାଠି ହୋଇ ଏକ ବଡ଼ ଫିଲ୍ମ ଶିଳ୍ପ କରିବାକୁ ଆଗେଇ ଆସିବା ଉଚିତ୍‌।
ନିକଟରେ ରିୟାନ ଗୋସଲିଂ, କ୍ରିସ ଇଭାନ୍ସଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଦି ଗ୍ରେ ମ୍ୟାନ’ର ପ୍ରିମିୟରରେ ନିର୍ଦ୍ଦେଶକ ଆନ୍ଥୋନୀ ଏବଂ ଜୋ ରୁସୋଙ୍କ ସହ ଧନୁଷ ଉପସ୍ଥିତ ଥିଲେ। ପ୍ରିମିୟର୍‌ ପାଇଁ ଧନୁଷ ସୁଟ-ବୁଟ ଛାଡି ନିଜ ଦେଶର ସଂସ୍କୃତି ବାଛିଥିଲେ। ସେ ଧଳା ଅଧା ସ୍ଲିଭ ଶର୍ଟ, ଲୁଙ୍ଗି ଏବଂ ଚପଲ ପିନ୍ଧିଥିବାର ନଜର ଆସିଥିଲେ। ଧନୁଷ ଏଭଳି ଅନ୍ଦାନ ଦେଖି ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିଲେ। ଏହି ଫିଲ୍ମ ଜୁଲାଇ ୨୨ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri