ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଜଙ୍ଗଲ ସମ୍ପଦ ଛାରଖାର ହୋଇଯାଉଛି । ପ୍ରତିବର୍ଷ ବିଭିନ୍ନ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପ ପାଇବା ସହ ପରିବେଶ ପାଇଁ ଆହୁରି ବିପଦ ବଢ଼ିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୫୫ ହଜାର ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କିସମରେ ପରିଣତ ହୋଇଛି।
ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୨୦୧୯ ଜାନୁୟାରୀ ୩୧ ପର୍ଯ୍ୟନ୍ତ ୪୮୬ଟି ପ୍ରକଳ୍ପ ପାଇଁ ରାଜ୍ୟର ୫୩,୩୯୫.୬୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି । ୮୪ଟି ଜଳସେଚନ ପ୍ରକଳ୍ପ ନିମନ୍ତେ ୯୭୭୭.୪୬ ହେକ୍ଟର ଜଙ୍ଗଲ ଜମିକୁ ବଦଳାଯାଇ ଥିବା ବେଳେ ୨୮ ଶିଳ୍ପ ପାଇଁ ୪୩୦୪.୪୯, ୧୮୭ ଖଣି ପାଇଁ ୨୭୨୫୯.୯୩, ୬ ଶକ୍ତି ପ୍ରକଳ୍ପ ଲାଗି ୧୧୬.୪୫, ୪୧ ରାସ୍ତା ଓ ପୋଲ ନିର୍ମାଣ ପାଇଁ ୪୬୬.୪୯, ୧୯ ରେଳ ପ୍ରକଳ୍ପ ପାଇଁ ୨୪୧୭.୫୯, ୪ଟି ପ୍ରତିରକ୍ଷା ପ୍ରକଳ୍ପ ଲାଗି ୩୮୬୫.୨୫, ୩ ବିସ୍ଥାପନ ପ୍ରକଳ୍ପ ନିମନ୍ତେ ଆବାସ ନିର୍ମାଣ ସକାଶେ ୩୨୧.୯୪, ୬୬ଟି ବିଦ୍ୟୁତ୍‌ ଟାନ୍ସମିଶନ ପାଇଁ ୩୭୧୬.୮୮ ଏବଂ ଅନ୍ୟାନ୍ୟ ୪୮ଟି ପ୍ରକଳ୍ପ ଲାଗି ଜଙ୍ଗଲ ଜମିକୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ଏଥିସହିତ ରାଜ୍ୟ ସରକାର ମଧ୍ୟ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ନିଜେ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି।
କେବଳ ସେତିକି ନୁହେଁ ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ତାରିଖ ମଧ୍ୟରେ ମାତ୍ର ୧୪ଟି ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪,୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ଏହି ସମୟ ମଧ୍ୟରେ ୨୨ ରାଜ୍ୟରେ ୯୩୨ଟି ପ୍ରକଳ୍ପ ପାଇଁ ୧୧୪୬୭.୮୩ ହେକ୍ଟର (୧୧୪.୬୮ ବର୍ଗ କିଲୋମିଟର) ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି। ବିଶେଷ କରି ଜଳସେଚନ ପ୍ରକଳ୍ପ ଓ ଖଣି ପାଇଁ ଏତେ ପରିମାଣର ଜଙ୍ଗଲକୁ ନଷ୍ଟ କରିବାକୁ ପଡିବ ବୋଲି ରିପୋର୍ଟରେ କୁହାଯାଇଛି।
ଏତେ ନଷ୍ଟ ହେବା ପରେ ରାଜ୍ୟରେ ଜଙ୍ଗଲ ପରିମାଣ ଅଧିକ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ କହୁଛି । ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୯ ସୁଦ୍ଧା ରାଜ୍ୟରେ ୫୧ ହଜାର ୬୧୯ ବର୍ଗ କି.ମି. ଜଙ୍ଗଲ ରହିଛି। ଖାଲି ସେତିକି ନୁହେଁ, ୨୦୧୭ ତୁଳନାରେ ୨୦୧୯ରେ ୨୭୪ ବର୍ଗ କି.ମି. ଜଙ୍ଗଲ ବଢିଛି। ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ ଆକଳନ ଅନୁଯାୟୀ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ପରିମାଣ ୫୧,୬୧୯ କ.ମି. ଏବଂ ବୃକ୍ଷ ଆଚ୍ଛାଦନ ପରିମାଣ ୪ ହଜାର ୬୪୮ ବର୍ଗ କି.ମି ରହିଛି। ଏ ସବୁକୁ ମିଶାଇ ରାଜ୍ୟରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦନ ପରିମାଣ ୫୬ ହଜାର ୨୬୭ ବର୍ଗ କି.ମି ରହିଥିବା ସେ କହିଛନ୍ତି। ତେବେ ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ମୋ ପାଖରେ ସେମିତି କିଛି ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri