ମହନୀୟ ଗୁରୁ-ଶିଷ୍ୟ ପରମ୍ପରା

ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି ଗୁରୁ। ଗୁରୁ କେବେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି। ବିଷ୍ଣୁ ସାଜି କରନ୍ତି ପରିପୁଷ୍ଟ। ଆଉ କେବେ ଶିବ ହୋଇ ଛାତ୍ର ଜୀବନରେ ଥିବା ଆବିଳତାର କରିଥାନ୍ତି ସଂହାର। ତେଣୁ ଗୁରୁଙ୍କୁ ତ୍ରିଦେବଙ୍କ ସ୍ବରୂପ ଭାବି କରାଯାଇଥାଏ ପୂଜା। ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ପୂଜ୍ୟପୂଜାର ଏହି ମହନୀୟ ପରମ୍ପରାକୁ ଆଗକୁ ନେବାକୁ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ପାଳନ କରାଯାଇଥାଏ ଗୁରୁ ଦିବସ। ଗୁରୁଦିବସ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ବର୍ଗର ଗୁରୁଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
-ରିପୋର୍ଟ: ସୁଧୀର କୁମାର ପରିଡ଼ା, କାମାକ୍ଷାନଗର

ସମ୍ମାନ ଆନ୍ତରିକ ହେଲେ
ମର୍ଯ୍ୟାଦା ବଢ଼େ
ଭାରତୀୟ ସାମାଜିକ ବ୍ୟବସ୍ଥାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ। ବୟସରେ ଛୋଟ ହୁଅନ୍ତୁ କି ବଡ଼, ଯିଏ ଶିକ୍ଷା ଦିଏ ସିଏ ଗୁରୁ ପଦବାଚ୍ୟ। ଶିକ୍ଷା ଗ୍ରହଣ କରୁଥିବା ଲୋକଟି ଶିଷ୍ୟ। ଭାରତରେ ଗୁରୁ-ଶିଷ୍ୟ ପରମ୍ପରା ଅତି ମହନୀୟ। ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚନାଟକ, ବିଦ୍ୟାଳୟରେ ନୃତ୍ୟନାଟିକା ପରିବେଷଣ ସମୟରେ ବୟସରେ ବଡ଼ ଅନେକଙ୍କୁ ଅଭିନୟ ଶିଖାଇବାର ସୁଯୋଗ ମିଳିଛି। ମଞ୍ଚକୁ ଓହ୍ଲାଇବାବେଳେ କଳାକାରମାନେ ପ୍ରଣାମ କରନ୍ତି। ସେହି କ୍ଷଣର ଅନୁଭୂତି ଅବର୍ଣ୍ଣନୀୟ। ଗୁରୁଙ୍କୁ ସମ୍ମାନଦେଲେ ଶିଷ୍ୟର ମାନବଢେ। ଏହି ସମ୍ମାନ ଆନ୍ତରିକ ହେଲେ ଗୁରୁଙ୍କ ମର୍ଯ୍ୟାଦା ବଢ଼ିଥାଏ।
-ପବିତ୍ର ମୋହନ ପ୍ରଧାନ, ନୃତ୍ୟଗୁରୁ

ଭିନ୍ନ ଏକ ଭାବଗତ ସମ୍ପର୍କରେ ବନ୍ଧା
ପିଲାଟି ଦିନରୁ କଳା ପ୍ରତି ଦୁର୍ବଳତା ମଞ୍ଚକୁ ଟାଣିଆଣିଛି। ଘର ଲୋକଙ୍କ ଆକଟ ସତ୍ତ୍ୱେ ମୁହଁରେ ପାଉଡର ବୋଲି ଦଣ୍ଡନୃତ୍ୟରେ ସାମିଲ ହେବା ସହଜ କଥା ନ ଥିଲା। ଏବେ ବୟସ ବଢ଼ିଯିବା ପରେ ଅଭିନୟ କରିବା ଆଉ ସମ୍ଭବ ହେଉନାହିଁ। ଅବସର ସମୟରେ ପୁରାଣ କଥାବସ୍ତୁ, ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥାକୁ ନେଇ ଦଣ୍ଡଗୀତ ରଚନା କରୁଛି। ଅନେକ କଳାକାର ପ୍ରଶିକ୍ଷଣ ନେଇ ଦଣ୍ଡନୃତ୍ୟ ପରିବେଷଣ କରି ସମ୍ମାନ ଆଣୁଛନ୍ତି। ଗୁରୁ-ଶିଷ୍ୟ ପରମ୍ପରା ଭିନ୍ନ ଏକ ଭାବଗତ ସମ୍ପର୍କରେ ବନ୍ଧା। ଏହା କେବଳ ଗୁରୁଦିବସ, ଗୁରୁ ପୂର୍ଣ୍ଣିମା ଭଳି ଦିବସରେ ସୀମିତ ନ ରହୁ।
-ଲଳିତ କୁମାର ସାହୁ, ଦଣ୍ଡନୃତ୍ୟ ଗୁରୁ

ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନରେ ଆନନ୍ଦ ମିଳେ
ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଆବଶ୍ୟକତା ଅନନ୍ୟ। ଜଣେ ମାର୍ଗଦର୍ଶକ ଭାବେ ପିଲାମାନଙ୍କୁ ଭଲ ଦିଗ ଦେଖାଇବା, ଚରିତ୍ର ଗଠନ କରିବା ଶିକ୍ଷକଙ୍କ ପାଇଁ ବଡ଼ ଆହ୍ବାନ। ଏହାକୁ ଠିକଣା ଢଙ୍ଗରେ ତୁଲାଇ ପାରିଲେ ଶିକ୍ଷକତା ଜୀବନ ପରିପୂର୍ଣ୍ଣ ହୁଏ। ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନରେ ଯେଉଁ ଆନନ୍ଦ ମିଳେ, ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଖାଲି ଏତିକି କୁହାଯାଇପାରେ, ଯେଉଁ ଶିଷ୍ୟ ଗୁରୁଙ୍କ ଯେତେ ନିକଟତର, ସେ ସେତିକି ସଫଳ। ପୂଜ୍ୟପୂଜାର ଏହି ପରମ୍ପରାକୁ ଆଗକୁ ନେବାକୁ ହେଲେ ଉଭୟ ଶିକ୍ଷକ ସମାଜ ଏବଂ ବିଦ୍ୟାର୍ଥୀଙ୍କୁ ଅନେକ କିଛି କରିବାକୁ ପଡ଼ିବ।
-ସୁବାସିନୀ ସାଥୁଆ ମହାପାତ୍ର, ଅଧ୍ୟାପିକା

ଶିକ୍ଷକଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର
ଗୁରୁ ଏବଂ ଶିଷ୍ୟ ମଧ୍ୟରେ ରହିଥିବା ସମ୍ପର୍କ ବ୍ୟାପକ। ଏହାକୁ ଭାଷାରେ ବ୍ୟକ୍ତ କରିବା କଷ୍ଟକର। ପୂର୍ବରୁ ଗୁରୁକୁଳରେ ଅଷ୍ଟାଦଶ ବିଦ୍ୟା ଶିକ୍ଷା ଦିଆଯାଇଥିଲା। ସମସ୍ତ ବିଷୟକୁ ଆୟତ୍ତ କରିବା ପରେ ସେ ଉତ୍ତମ ଛାତ୍ରର ମାନ୍ୟତା ପାଉଥିଲା ଏବଂ ଗୁରୁକୁଳ ଶିକ୍ଷା ସମାପନ ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିଲା। ଏ ସମସ୍ତ କାର୍ଯ୍ୟରେ ଗୁରୁଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡୁଥିଲା। ଏବେକାର ସମୟରେ ଗୁରୁକୁଳ ପରମ୍ପରା ନାହିଁ। ସ୍କୁଲ ଶିକ୍ଷା ଆଧୁନିକ ହେଲାଣି। ଏହାସତ୍ତ୍ୱେ ଛାତ୍ରଜୀବନରେ ଶିକ୍ଷକଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଶିକ୍ଷକଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର।
-ଶ୍ରୀରାମ ରାଉତ, ପ୍ରଧାନ ଶିକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri