Posted inଫୁରସତ

‘ଦି ଗ୍ରେଟ୍‌ ସ୍ମଗ୍‌ ଅଫ୍‌ ଲଣ୍ଡନ’

ଲଣ୍ଡନ: ପାଖାପାଖି ୬୮ ବର୍ଷ ତଳେ ଲଣ୍ଡନବାସୀ ଦେଖିଥିଲେ କୁହୁଡ଼ିର ଭୟାବହତା। ସେଦିନ ଥିଲା ଡିସେମ୍ବର ୪। ହଠାତ୍‌ ସାରା ସହର ଅନ୍ଧକାରମୟ ହୋଇଗଲା। ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇଗଲା। ଶ୍ୱାସକ୍ରିୟାରେ ଜଟିଳ ସମସ୍ୟା ଉପୁଜିଲା। ହସ୍ପିଟାଲରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଲା। ଘରୁ ପଦାକୁ ବାହାରୁଥିବା ଲୋକେ ପୋକମାଛି ଭଳି ମରିବାକୁ ଲାଗିଲେ। ଲଗାତର ୫ ଦିନ ଧରି ଘନକୁହୁଡ଼ିର ଏଭଳି ତାଣ୍ଡବ ୧୨ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିଲା।

ଉକ୍ତ ବର୍ଷ ଇଂଲଣ୍ଡରେ ବାୟୁ ପ୍ରଦୂଷଣ ଚରମସୀମାରେ ପହଞ୍ଚତ୍ଥିଲା। କୁହୁଡ଼ି ଏବଂ ପ୍ରଦୂଷିତ ବାୟୁ ମିଶିଯିବା ପରେ ଧୂଅଁାର କଳା ଚାଦର ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ, ସେହିବର୍ଷ ହାଡ଼ଭଙ୍ଗା ଥଣ୍ଡା ମଧ୍ୟ ପଡ଼ିଥିଲା। ପବନ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ଫଳରେ କୋଇଲା ଭଳି କଳା ରଙ୍ଗର ଏକ ମୋଟା ଚାଦର ସମ୍ପୂର୍ଣ୍ଣ ସହର ଉପରେ ଆଚ୍ଛାଦିତ ହୋଇଯାଇଥିଲା। ଜଳବାୟୁରେ ପରିବର୍ତ୍ତନ ସହ ୫ଦିନ ପରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଲା। ଯଦିଓ ଉନବିଂଶ ଶତାବ୍ଦୀର ପ୍ରଥମ ଦଶକରୁ ହିଁ ଲଣ୍ଡନ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲା, ତଥାପି ‘ଦି ଗ୍ରେଟ୍‌ ସ୍ମଗ୍‌ ଅଫ୍‌ ଲଣ୍ଡନ’ ସବୁ ସୀମା ପାର କରିଯାଇଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଏହି ସ୍ମଗ୍‌କୁ ‘ପି-ସୁପର୍ସ’ ଅର୍ଥାତ୍‌ ମଟର ସୁପ୍‌ ଭଳି ବହଳିଆ ବୋଲି ଆଖ୍ୟାୟିତ କରିଥିଲେ।

ସ୍ମଗ୍‌ ତାଣ୍ଡବ ରଚିଲା ଏବଂ ଛାଡ଼ି ଦେଇଗଲା ଅନେକ ସମସ୍ୟା। ଏଥିରେ ଇଂଲଣ୍ଡବାସୀ ଦୀର୍ଘଦିନ ଧରି ସନ୍ତୁଳି ହେଲେ। ଶ୍ୱାସକ୍ରିୟା ଏବଂ ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ଲକ୍ଷାଧିକ ଲୋକ ପ୍ରଭାବିତ ହେଲେ। ସ୍ମଗ୍‌ର ସିଧାସଳଖ ପ୍ରଭାବ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଲା। ଲୋକଙ୍କ ସ୍ନାୟବିକ ପ୍ରକ୍ରିୟା ପ୍ରଭାବିତ ହେଲା। ଫୁସ୍‌ଫୁସ୍‌ ସଂକ୍ରମଣ, ଶ୍ୱାସରୋଗ, ଗଳା, ଆଖି ସଂକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଲା।
ତ୍ରୟୋଦଶ ଶତାବ୍ଦୀ ବେଳକୁ ଇଂଲଣ୍ଡର ବାୟୁ ପ୍ରଦୂଷିତ ହେବା ଆରମ୍ଭ ହୋଇଥିଲା। ଏହାର କୁପ୍ରଭାବକୁ ଆକଳନ କରିପାରିଥିଲେ ଏଡଓ୍ବାଡ୍‌-୧। ସେହି ସମୟରେ ସେ କୋଇଲା ଜଳାଇବା ଉପରେ କଟକଣା ଲଗାଇଥିଲେ। ଏହାସତ୍ତ୍ୱେ ବିଭିନ୍ନ କାରଣରୁ ଷୋଡ଼ଶ ଶତାବ୍ଦୀ ବେଳକୁ ବାୟୁ ବିଷାକ୍ତ ହୋଇଯାଇଥିଲା। ଏପରି ବାୟୁ ପ୍ରଦୂଷଣର ଫଳ ଥିଲା ‘ଦି ଗ୍ରେଟ୍‌ ସ୍ମଗ୍‌ ଅଫ୍‌ ଲଣ୍ଡନ’। ଇଂଲଣ୍ଡରେ ଘଟିଥିବା ଏହି ଘଟଣା ବିଶ୍ୱରେ ବାୟୁ ପ୍ରଦୂଷଣ ବିଷୟରେ ଭାବିବାକୁ ବାଧ୍ୟ କରିଥିଲା। ଏହାପରେ ବିଭିନ୍ନ ଦେଶର ସରକାର ପ୍ରଦୂଷଣ କମାଇବା ଲାଗି ଆଇନ ଆଣିଲେ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଗଲା। ପରବର୍ତ୍ତୀ ସମୟରେ ୧୯୫୬ରେ ବ୍ରିଟେନରେ ‘କ୍ଲିନ୍‌ ଏୟାର ଆକ୍ଟ’ ନିୟମ ଲାଗୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri