Categories: ଜାତୀୟ

ପଦ୍ମ ଧରିଲେ ଦ’ ଗ୍ରେଟ୍‌ ଖଲି

ନୂଆଦିଲ୍ଲୀ,୧୦।୨: ପଦ୍ମ ଧରିଲେ ଖ୍ୟାତନାମା ରେସଲର ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ତାରକା ଦିଲ୍ଲୀପ ସିଂହ ରାଣା ଓରଫ ଦ ଗ୍ରେଟ୍‌ ଖଲି। ଭାଜପା ମୁଖ୍ୟାଳୟକୁ ଆସି ଗୁରୁବାର ସେ ଦଳରେ ସାମିଲ ହୋଇଛନ୍ତି।

୪୯ ବର୍ଷୀୟ ଖଲି ପୂର୍ବତନ ବିଶ୍ୱ ହେଭିଓ୍ବେଟ୍‌ ଚାମ୍ପିୟନ୍‌, ଯିଏ ୨୦୨୧ରେ ସମ୍ମାନଜନକ ଡବ୍ଲ୍ୟୁଡବ୍ଲ୍ୟୁଇ ହଲ୍‌ ଅଫ୍‌ ଫେମ୍‌ କ୍ଲାସରେ ଅନ୍ତର୍ଭ୍ୟୁକ୍ତ ହୋଇଥିଲେ। ଉଚ୍ଚତା ୭ ଫୁଟ ୧ ଇଞ୍ଚ ହୋଇଥିବା ଯୋଗୁ ସେ ଡବ୍ଲ୍ୟୁଡବ୍ଲ୍ୟୁଇ ମଞ୍ଚରେ ନିଜର ଦବ୍‌ଦବା ଜାହିର କରିଥିଲେ। ସଫଳ କ୍ୟାରିୟର ଯୋଗୁ ସେ ଅନେକ ହଲିଉଡ୍‌ ଫିଲ୍ମ ସହ ରିଆଲିଟି ଶୋ’ ବିଗ୍‌ବସ୍‌ରେ ନଜର ଆସିଛନ୍ତି।

Share