ୟୁସି ଦାଖଲ ନ କଲେ ଅନୁଦାନ ବନ୍ଦ ହେବ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଜିଲାଗୁଡ଼ିକ ବିନିଯୋଗ ପତ୍ର (ୟୁସି) ଦାଖଲ ନ କଲେ ଆଗକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଠାରୁ ପାଉଥିବା ଆର୍ଥିକ ଅନୁଦାନ ପାଇବାରୁ ବଞ୍ଚତ୍ତ ହେବେ। ବୁଧବାର ବିଭାଗ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ସମସ୍ତ ଜିଲାପାଳ ଓ ଜିଲା ସଂସ୍କୃତି ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ୨୦୧୬-୧୭ରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବିନିଯୋଗ ହୋଇଥିବା ଅର୍ଥର ପ୍ରମାଣପତ୍ର ଦାଖଲ ହୋଇନାହିଁ। ଏ ନେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜିଲାପାଳଙ୍କ ସହ ଆଲୋଚନାବେଳେ କ୍ଷୋଭ ପ୍ରକାଶ କରିଛନ୍ତି।
ବୈଠକରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଓ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟସାରଣୀ ପ୍ରସ୍ତୁତ ପାଇଁ ଜିଲାପାଳ ଓ ଜିଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ଜିଲାରେ କଳାକାର ମହାସଂଘ ସଦସ୍ୟଙ୍କ ନାମ ପଞ୍ଜୀକରଣ ସହ ଡାଟାବେସ୍‌ ପ୍ରସ୍ତୁତ କରି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆଗକୁ ଆଦର୍ଶ ଗ୍ରାମ ଚୟନ କରି ସେସବୁ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରାଯିବ। ଆବର୍ତ୍ତନ ପାଣ୍ଠି ପାଇଥିବା ଜିଲାଗୁଡ଼ିକ ସେହି ପାଣ୍ଠିର ସୁଧ ଅର୍ଥରେ ବିଭିନ୍ନ କାର୍ଯ୍ୟ କରିବାକୁ କୁହାଯାଇଛି। ତା’ଛଡ଼ା ଜିଲାଗୁଡ଼ିକରେ ହୋଇଥିବା ‘ଲୋକକଳା ଗ୍ରାମ’ର ବିକାଶକୁ ତ୍ୱରାନ୍ବିତ କରାଯିବ। କଳାକାରଙ୍କୁ ସ୍ବାବଲମ୍ବୀ କରିବା ସହ ପ୍ରକୃତ ଲୋକକଳା ଗ୍ରାମ ଗଢ଼ିତୋଳିବାକୁ ଯୋଜନା ପ୍ରସ୍ତୁତ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।
ରାଜ୍ୟରେ ୭୨୦୦ ଭାଗବତ ଟୁଙ୍ଗୀ ରହିଛି। ସେଗୁଡ଼ିକୁ ବ୍ୟାସାସନ ଓ ମାଇକ ଯୋଗାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କେତେକ ଜିଲାରେ ଏଯାଏ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏଥିସହ ଭାଗବତ ଟୁଙ୍ଗୀଗୁଡ଼ିକର ତଦାରଖ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲାପାଳଙ୍କୁ କହିଛନ୍ତି। ବିଭିନ୍ନ ସ୍ଥାନରେ ରହିଥିବା ଅନନ୍ୟ କଳାଶୈଳୀକୁ ଉଭୟ ବୈଦ୍ୟୁତିକ ଓ ମୁଦ୍ରିତ ଭାବେ ତଥ୍ୟ ସଂଗ୍ରହ କରିବାକୁ ଜିଲା ସଂସ୍କୃତି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଜିଲା ସଂସ୍କୃତି ପରିଷଦଗୁଡ଼ିକୁ ପୁନର୍ଗଠନ କରି ବିଭାଗକୁ ଜଣାଇବାକୁ କୁହାଯାଇଛି। ଗୁରୁବାର ବୈଠକକୁ ଆସିବାବେଳେ ବିଭାଗରେ ଦାଖଲ କରିବାକୁ ଥିବା ଏସବୁ କାଗଜପତ୍ର ଧରି ଆସିବାକୁ କୁହାଯାଇଛି। ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ଦେବାନନ୍ଦ ବରିହା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ ଏବଂ ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ବୈଠକର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri