ମଣ୍ଡିରେ ପଡ଼ିଛି ଧାନ, ବାଜିରେ ଚାଷୀଙ୍କ ଜୀବନ

ସମ୍ବଲପୁର,୧୨ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଥିଲା। ହୀରାକୁଦ ସେଚାଞ୍ଚଳ ସଦର ଉପଖଣ୍ଡରେ ଟୋକନ, କଟନୀ ଛଟନୀ ଭଳି ସମସ୍ୟା ଲାଗି ରହିଥିବା ବେଳେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡିରୁ ଧାନ ଉଠାଣକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି। କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଡିସେମ୍ବର ୨ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ହଜାର ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଶୀତ,କାକରରେ ଚାଷୀ ଯେତିକି କଷ୍ଟ ପାଉଛନ୍ତି ବନ୍ୟ ପ୍ରାଣୀଙ୍କ ଭୟ ମଧ୍ୟ ସେତିକି ରହୁଛି। ଚାଷୀ ଅମଳ କରିଥିବା ଧାନ ବିକ୍ରୀ କରିବା ପାଇଁ ଏବେ ଜୀବନ ବାଜିରେ ଲାଗିଛି। ଧାନ ଜଗିବା ସମୟରେ କେଉଁ ସମୟରେ ମଧ୍ୟ ହାତୀ ହାବୁଡ଼ରେ ପଡ଼ି ପ୍ରାଣହାନୀ ହେବାର ଆଶଙ୍କା ରହିଛି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ଅଶୋକ ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ଜିଲା ପ୍ରଶାସନକୁ କୁଚିଣ୍ଡା, ରେଢ଼ାଖୋଲ ଅଞ୍ଚଳରେ ବିଶେଷ ଭାବେ ଧାନ ଉଠାଇବାରେ ମିଲର୍ସମାନେ ଅସହଯୋଗ କରିଥାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ସଦର ଉପଖଣ୍ଡରେ ଚାଷୀମାନେ ନିଜ ଗାଡ଼ିରେ ମିଲକୁ ଧାନ ନିଅନ୍ତି, ତେଣୁ ଏଠାରେ ଧାନ ଲିଫ୍ଟିଙ୍ଗକୁ ନେଇ ସମସ୍ୟା ହୋଇନଥାଏ। ତେଣୁ କୁଚିଣ୍ଡା, ରେଢ଼ାଖୋଲରେ ଧାନ ସଂଗ୍ରହରେ ମିଲର୍ସମାନେ କିଭଳି ଧାନ ସଂଗ୍ରହ କରିବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନ ପୂର୍ବାଭାଷ ପାଇଥିଲେ ମଧ୍ୟ ଚାଷୀଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କଲାନାହିଁ। ଏହାସହ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହକୁ ନେଇ ଉପସମିତି ବୈଠକ ହୋଇପାରିଲାନାହିଁ। ତେଣୁ କୁଚିଣ୍ଡା ଅଞ୍ଚଳରେ ହଜାର ହଜାର ପ୍ୟାକେଟ ଧାନ ମଣ୍ଡିରେ ପଡ଼ିରହିଛି। ଆଗକୁ ଏଭଳି ସମସ୍ୟା ବୃଦ୍ଧି ପାଇବ। ପ୍ରଶାସନ, ଯୋଗାଣ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀନେତା ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି ଯେ, କେତେକ ମଣ୍ଡିରେ ଧାନର ମାନକୁ ନେଇ ସମସ୍ୟା ରହୁଥିଲା। ଏଫଏକ୍ୟୁ ଧାନ ଆଣିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି। ଟୋକନ ଅବଧି ଭିିତରେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରାଯିବ। ଧାନ ଉଠାଇବା ମଧ୍ୟ ଚାଲିଛି। ଚାଷୀଙ୍କ ସୁବିଧାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି: ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୯।୧୧- ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ର ମୁକାବିଲା ଲାଗି ଭଦ୍ରକ ଜିଲା ପ୍ରଶାସନ ସଜାଗ ଥିଲେ ମଧ୍ୟ ସମୂଦ୍ର କୂଳିଆ ଲୋକେ ନାନା ଆଶା...

ଟପ୍‌-୭ରେ ସମ୍ବଲପୁରର ପ୍ରତୀକ

ସମ୍ବଲପୁର,୨୬।୬(ବ୍ୟୁରୋ):  ଟିଭି ରିୟଲିଟି ଶୋ’ ଡ୍ୟାନ୍ସ ଦିୱାନେ ଜୁନିୟରରେ ସମ୍ବଲପୁର ପୁଅ ପ୍ରତୀକ ନାୟକ ଟପ-୭ରେ ପହଞ୍ଚତ୍ଛନ୍ତି। ସେ ନିଜର ନୃତ୍ୟ ମାଧ୍ୟମରେ ବିଚାରକଙ୍କ ହୃଦୟ...

ପୁଅକୁ ଦେଖା କରିବାକୁ ଆସି ମାଡ଼ ଖାଇଲେ ବାପା

ପୁରୀ ଅଫିସ,୯।୮:ପୁରୁଷର ଲୁହକୁ କେହି କେବେ ବୁଝିନାହାନ୍ତି। ମୋ ପୁଅକୁ ଗଲା ୨ ବର୍ଷ ହେଲା ଦେଖିନି। କୋର୍ଟ ଅନୁମତି ପତ୍ର ମୋ ପାଖରେ ଥାଇ...

କନିଆ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବକ

ବାରିପଦା ଅଫିସ,୨୬ା୩: କନିଆ ଦେଖିବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଯଶିପୁର ଜୁଳପୋଶି ଗ୍ରାମରେ।...

ନାବାଳିକାଙ୍କୁ ବଳାତ୍କାର: ଦିବ୍ୟାଙ୍ଗ ଯୁବକ ଅଟକ

ବାହାନଗା, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ...

କରୋନା ପାଇଁ କଇଁଚି ବନ୍ଦ: ବୃତ୍ତି ଚିନ୍ତାରେ ବାରିକ

ଭୁବନ, ୧୧।୫ (ବିପିନ ବିହାରୀ ସେଠୀ): ଜୀବନ ଆଉ ଜୀବିକା ମଝିରେ ଛିଡ଼ା ହୋଇଛି ଭୂତାଣୁ। ଦେଢ଼ମାସ ହେଲା ଦୋକାନରେ ଝୁଲୁଛି ତାଲା। କରୋନା ପାଇଁ...

ସରକାରଙ୍କ ସହାୟତାରେ ପ୍ରଶାସନ ବାଧକ

ଯାଜପୁର ଅଫିସ,୨୪ା୧୦: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୨ ମାସ ପୂରିବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ(ଡିଏମ୍‌ଏ)-୨୦୦୫ର ରାଜ୍ୟ ନିର୍ବାହୀ କମିଟି ବୈଠକରେ ଘରଭଙ୍ଗା...

ଉଦ୍ଧବକୁଁ ସାହାଯ୍‌ର ହାତ ବଢ଼ାଲା ପରଶାସନ

ଲାଠୋର, ୨୨ା୬ (ଡି.ଏନ୍‌.ଏ) :  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କହ୍ନେଇଛାପର ଖଇରାପଡ଼ାର ପକ୍ଷାଘାତ ରୁଗୀ ଉଦ୍ଧବ ଭୋଇ(୫୨)କୁଁ ବ୍ଲକ ପରଶାସନ...

Advertisement
Archives

Model This Week