ମଣ୍ଡିରେ ପଡ଼ିଛି ଧାନ, ବାଜିରେ ଚାଷୀଙ୍କ ଜୀବନ

ସମ୍ବଲପୁର,୧୨ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଥିଲା। ହୀରାକୁଦ ସେଚାଞ୍ଚଳ ସଦର ଉପଖଣ୍ଡରେ ଟୋକନ, କଟନୀ ଛଟନୀ ଭଳି ସମସ୍ୟା ଲାଗି ରହିଥିବା ବେଳେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡିରୁ ଧାନ ଉଠାଣକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି। କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଡିସେମ୍ବର ୨ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ହଜାର ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଶୀତ,କାକରରେ ଚାଷୀ ଯେତିକି କଷ୍ଟ ପାଉଛନ୍ତି ବନ୍ୟ ପ୍ରାଣୀଙ୍କ ଭୟ ମଧ୍ୟ ସେତିକି ରହୁଛି। ଚାଷୀ ଅମଳ କରିଥିବା ଧାନ ବିକ୍ରୀ କରିବା ପାଇଁ ଏବେ ଜୀବନ ବାଜିରେ ଲାଗିଛି। ଧାନ ଜଗିବା ସମୟରେ କେଉଁ ସମୟରେ ମଧ୍ୟ ହାତୀ ହାବୁଡ଼ରେ ପଡ଼ି ପ୍ରାଣହାନୀ ହେବାର ଆଶଙ୍କା ରହିଛି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ଅଶୋକ ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ଜିଲା ପ୍ରଶାସନକୁ କୁଚିଣ୍ଡା, ରେଢ଼ାଖୋଲ ଅଞ୍ଚଳରେ ବିଶେଷ ଭାବେ ଧାନ ଉଠାଇବାରେ ମିଲର୍ସମାନେ ଅସହଯୋଗ କରିଥାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ସଦର ଉପଖଣ୍ଡରେ ଚାଷୀମାନେ ନିଜ ଗାଡ଼ିରେ ମିଲକୁ ଧାନ ନିଅନ୍ତି, ତେଣୁ ଏଠାରେ ଧାନ ଲିଫ୍ଟିଙ୍ଗକୁ ନେଇ ସମସ୍ୟା ହୋଇନଥାଏ। ତେଣୁ କୁଚିଣ୍ଡା, ରେଢ଼ାଖୋଲରେ ଧାନ ସଂଗ୍ରହରେ ମିଲର୍ସମାନେ କିଭଳି ଧାନ ସଂଗ୍ରହ କରିବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନ ପୂର୍ବାଭାଷ ପାଇଥିଲେ ମଧ୍ୟ ଚାଷୀଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କଲାନାହିଁ। ଏହାସହ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହକୁ ନେଇ ଉପସମିତି ବୈଠକ ହୋଇପାରିଲାନାହିଁ। ତେଣୁ କୁଚିଣ୍ଡା ଅଞ୍ଚଳରେ ହଜାର ହଜାର ପ୍ୟାକେଟ ଧାନ ମଣ୍ଡିରେ ପଡ଼ିରହିଛି। ଆଗକୁ ଏଭଳି ସମସ୍ୟା ବୃଦ୍ଧି ପାଇବ। ପ୍ରଶାସନ, ଯୋଗାଣ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀନେତା ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି ଯେ, କେତେକ ମଣ୍ଡିରେ ଧାନର ମାନକୁ ନେଇ ସମସ୍ୟା ରହୁଥିଲା। ଏଫଏକ୍ୟୁ ଧାନ ଆଣିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି। ଟୋକନ ଅବଧି ଭିିତରେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରାଯିବ। ଧାନ ଉଠାଇବା ମଧ୍ୟ ଚାଲିଛି। ଚାଷୀଙ୍କ ସୁବିଧାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri