ଉଦ୍ଧାର ଶାଗୁଣାକୁ ନନ୍ଦନକାନନରେ ଛାଡ଼ିଲା ବନବିଭାଗ

ଝାରସୁଗୁଡା ଅଫିସ୍‌,୧୨।୧୨: ଝାରସୁଗୁଡା ଜିଲା ବେଲପାହାଡ ରେଞ୍ଜ ଅଧିନ ବାଘମୁଣ୍ଡା ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ହିମାଲୟନ ଗ୍ରୀଫୋନ ଭୁଲ୍ଟୁରେ ପକ୍ଷୀ (ବିରଳ ଶାଗୁଣା)କୁ ଶନିବାର ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଛଡା ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ତାରିଖରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ସୁନାରୀ ପଞ୍ଚାୟତ ବିଶିପାଲି ଗ୍ରାମରେ ଏହି ବିରଳ ଶାଗୁଣାକୁ ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ। ଖବରପାଇ ନିକଟସ୍ଥ ବାଘମୁଣ୍ଡା ଫରେଷ୍ଟର ସୁରେଶ ତରାଇ, ଫରେଷ୍ଟଗାର୍ଡ ପି. ଖମାରୀ ପ୍ରମୁଖ ବନ କର୍ମଚାରୀ ସଦଳବଳେ ପହଞ୍ଚତ୍ି ଶାଗୁଣାକୁ ଉଦ୍ଧାର କରିଥିଲେ। ବନବିଭାଗ ଉଦ୍ଧାରବେଳେ ଶାଗୁଣା ଅସୁସ୍ଥ ରହିଥିଲା। ଏନେଇ ଡିଏଫ୍‌ଓ ଲଳିତ ପାତ୍ର ବନ୍ୟପ୍ରାଣୀ ବିଶେଷଙ୍କ ତତ୍ତ୍ୱାବଧାନରେ ପ୍ରାଣୀଚିକିତ୍ସକଙ୍କ ଜରିଆରେ ଅସୁସ୍ଥ ଶାଗୁଣାର ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ଧିରେଧିରେ ସେ ସୁସ୍ଥ ହୋଇଯାଇଥିଲା ା ସୁସ୍ଥପରେ ବନ ବିଭାଗ ଉଦ୍ଧାର ଶାଗୁଣାକୁ ଜଙ୍ଗଲରେ ଛାଡିବା ପାଇଁ ଯୋଜନା କରିଥିଲା। ହେଲେ ଶାଗୁଣାଟି ଠିକ୍‌ରେ ଉଡିପାରୁ ନ ଥିଲା। ସୁରକ୍ଷା ଦୃଷ୍ଟିରୁ ଏଭଳି ଅବସ୍ଥାରେ ଶାଗୁଣାକୁ ଜଙ୍ଗଲରେ ଛାଡିବା ବନ ବିଭାଗ ଉଚିତ ମନେ ନ କରି ଡିଏଫ୍‌ଓ ପାତ୍ର ଭୁବନେଶ୍ୱରସ୍ଥିତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହମତି ପରେ ଡିଏଫ୍‌ଓ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବନଅଧିକାରୀ ଓ କର୍ମଚାରୀମାନେ ସ୍ବତନ୍ତ୍ର ଗାଡିରେ ଉଦ୍ଧାର ଶାଗୁଣାକୁ ନେଇ ନନ୍ଦନକାନନରେ ଛାଡି ଥିବା ଜଣାପଡିଛି। ଏହା ପୂର୍ବରୁ ଏହି ଜାତିରେ ଆଉ ଏକ ଶାଗୁଣା ଯାଜପୁର ଅଞ୍ଚଳରୁ ଅଣାଯାଇ ନନ୍ଦନକାନନରେ ରଖାଯାଇଥିବାବେଳେ ଏବେ ବନବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ଶାଗୁଣାକୁ ଛଡାଯାଇଛି। ଏହି ପ୍ରଜାତିର ଶାଗୁଣା ପକ୍ଷୀ ଧିରେଧିରେ ବିଲୁପ୍ତ ହେବା ପାଇଁ ବସିଥିବାବେଳେ ଏହାର ବଂଶ ବୃଦ୍ଧି ହେବା ପରିବେଶ ପାଇଁ ଜରୁରୀ ହୋଇପଡିଛି। ଉଭୟ ଶାଗୁଣା ନନ୍ଦନକାନନରେ ରହିଥିବାବେଳେ ଏହାର ବଂଶ ବୃଦ୍ଧି ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri