ଉଦ୍ଧାର ଶାଗୁଣାକୁ ନନ୍ଦନକାନନରେ ଛାଡ଼ିଲା ବନବିଭାଗ

ଝାରସୁଗୁଡା ଅଫିସ୍‌,୧୨।୧୨: ଝାରସୁଗୁଡା ଜିଲା ବେଲପାହାଡ ରେଞ୍ଜ ଅଧିନ ବାଘମୁଣ୍ଡା ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ହିମାଲୟନ ଗ୍ରୀଫୋନ ଭୁଲ୍ଟୁରେ ପକ୍ଷୀ (ବିରଳ ଶାଗୁଣା)କୁ ଶନିବାର ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଛଡା ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ତାରିଖରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ସୁନାରୀ ପଞ୍ଚାୟତ ବିଶିପାଲି ଗ୍ରାମରେ ଏହି ବିରଳ ଶାଗୁଣାକୁ ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ। ଖବରପାଇ ନିକଟସ୍ଥ ବାଘମୁଣ୍ଡା ଫରେଷ୍ଟର ସୁରେଶ ତରାଇ, ଫରେଷ୍ଟଗାର୍ଡ ପି. ଖମାରୀ ପ୍ରମୁଖ ବନ କର୍ମଚାରୀ ସଦଳବଳେ ପହଞ୍ଚତ୍ି ଶାଗୁଣାକୁ ଉଦ୍ଧାର କରିଥିଲେ। ବନବିଭାଗ ଉଦ୍ଧାରବେଳେ ଶାଗୁଣା ଅସୁସ୍ଥ ରହିଥିଲା। ଏନେଇ ଡିଏଫ୍‌ଓ ଲଳିତ ପାତ୍ର ବନ୍ୟପ୍ରାଣୀ ବିଶେଷଙ୍କ ତତ୍ତ୍ୱାବଧାନରେ ପ୍ରାଣୀଚିକିତ୍ସକଙ୍କ ଜରିଆରେ ଅସୁସ୍ଥ ଶାଗୁଣାର ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ଧିରେଧିରେ ସେ ସୁସ୍ଥ ହୋଇଯାଇଥିଲା ା ସୁସ୍ଥପରେ ବନ ବିଭାଗ ଉଦ୍ଧାର ଶାଗୁଣାକୁ ଜଙ୍ଗଲରେ ଛାଡିବା ପାଇଁ ଯୋଜନା କରିଥିଲା। ହେଲେ ଶାଗୁଣାଟି ଠିକ୍‌ରେ ଉଡିପାରୁ ନ ଥିଲା। ସୁରକ୍ଷା ଦୃଷ୍ଟିରୁ ଏଭଳି ଅବସ୍ଥାରେ ଶାଗୁଣାକୁ ଜଙ୍ଗଲରେ ଛାଡିବା ବନ ବିଭାଗ ଉଚିତ ମନେ ନ କରି ଡିଏଫ୍‌ଓ ପାତ୍ର ଭୁବନେଶ୍ୱରସ୍ଥିତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହମତି ପରେ ଡିଏଫ୍‌ଓ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବନଅଧିକାରୀ ଓ କର୍ମଚାରୀମାନେ ସ୍ବତନ୍ତ୍ର ଗାଡିରେ ଉଦ୍ଧାର ଶାଗୁଣାକୁ ନେଇ ନନ୍ଦନକାନନରେ ଛାଡି ଥିବା ଜଣାପଡିଛି। ଏହା ପୂର୍ବରୁ ଏହି ଜାତିରେ ଆଉ ଏକ ଶାଗୁଣା ଯାଜପୁର ଅଞ୍ଚଳରୁ ଅଣାଯାଇ ନନ୍ଦନକାନନରେ ରଖାଯାଇଥିବାବେଳେ ଏବେ ବନବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ଶାଗୁଣାକୁ ଛଡାଯାଇଛି। ଏହି ପ୍ରଜାତିର ଶାଗୁଣା ପକ୍ଷୀ ଧିରେଧିରେ ବିଲୁପ୍ତ ହେବା ପାଇଁ ବସିଥିବାବେଳେ ଏହାର ବଂଶ ବୃଦ୍ଧି ହେବା ପରିବେଶ ପାଇଁ ଜରୁରୀ ହୋଇପଡିଛି। ଉଭୟ ଶାଗୁଣା ନନ୍ଦନକାନନରେ ରହିଥିବାବେଳେ ଏହାର ବଂଶ ବୃଦ୍ଧି ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?