ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ଗାଇଲେ ରାଜ୍ୟପାଳ

କଟକ ଅଫିସ୍‌, ୨୮।୨: ପୁଣି ଥରେ ଓଡ଼ିଆ ଗୀତ ଗାଇଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ । ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ଗାଇଛନ୍ତି। ଏହି ଗୀତର ରେକର୍ଡିଂ କଟକ ମିଲନ ଷ୍ଟୁଡିଓରେ କରାଯାଇଛି । ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ଉତ୍କଳ ଦିବସରେ ଗୀତଟିକୁ ରିଲିଜ୍‌ କରିବାର ଯୋଜନା ରହିଛି। ଗୀତଟି ସମସ୍ତଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି। ଗୀତରେ କଣ୍ଠଦାନ କରି ବେଶ୍‌ ଖୁସି ଥିବା କହିଛନ୍ତି ରାଜ୍ୟପାଳ । ରେକର୍ଡିଂ ପାଇଁ ଆସିଥିବା ବେଳେ ରାଜ୍ୟପାଳଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ବେଶ ଭିଡ ଜମି ଥିଲା ।