ସରକାରୀ ଯୋଜନା ଏଠି ସାତସପନ

କଣ୍ଟାବାଞ୍ଜି, ୬।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡଡକଲା ପଞ୍ଚାୟତର ମାଓବାଦୀ ପ୍ରବଣ ଡଙ୍ଗାମରା ଗାଁ। ଗାଁରେ ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷ କରି ଗ୍ରାମବାସୀ ଜୀବିକା ନିର୍ବାହ କରନ୍ତି। ବଣ ପାହାଡଘେରା ଏହି ଗାଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ରହିଛି। ଗାଁକୁ ରାସ୍ତା ନାହିଁ, ଲୋକେ ଆଜି ବି ନାଳ, ଚୂଆ ପାଣି ବ୍ୟବହାର କରନ୍ତି। ଡିବିରି ଆଲୁଅ ଉପରେ ଆଜି ବି ନିର୍ଭରଶୀଳ ଡଙ୍ଗାମରାବାସୀ। ଶିକ୍ଷା, ସ୍ବାସ୍ଥ୍ୟସେବା କଥା ନ କହିଲେ ଭଲ।
ଧୁଣ୍ଡେଲ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହିିଛି ଡଙ୍ଗାମରା ଗାଁ। ବରିହାମୁଣ୍ଡା, ପହରିଆପଡା, ଗୁହୁରିଆପଡା, ଡଙ୍ଗାମରାକୁ ନେଇ ଗଠିତ ଏହି ଗାଁରେ ମୋଟ ୨୦୦ ପରିବାର ବାସ କରନ୍ତି। ଅଦ୍ୟାବଧି ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ କୌଣସି ସରକାରୀ ଯୋଜନା ଏଠାରେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ। ନିଜସ୍ବ ଉଦ୍ୟମରେ ଯିଏ ଯେମିତି ଘର, ବାଡି କରିଛନ୍ତି। ୩୦ରୁ ୪୦ ପ୍ରାଥମିକ ଶିକ୍ଷା ପାଇବା ପାଇଁ ଯୋଗ୍ୟ ପିଲା ଥିଲେ ବି ଶିକ୍ଷାଦାନର କୌଣସି ବ୍ୟବସ୍ଥା ନାହିଁ। ପ୍ରାଥମିକ ଶିକ୍ଷା ପାଇଁ ୬ କିମି ଦୂର ବଡଡକଲା ଆଶ୍ରମ ସ୍କୁଲ, ୪ କିମି ଦୂର ଡମନିଚୁଆଁ କିମ୍ବା ପାହାଡ ଚଢି ସୀମାନ୍ତ ନୂଆପଡା ଜିଲା କୋମନା ବ୍ଲକର ବଣ୍ଡାଯୋର ଗାଁକୁ ପଢିବା ପାଇଁ ଯାଆନ୍ତି। ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ। ଫଳରେ ଚାଷ ଜମିରେ ଚୂଆ ଖୋଳି ପାଣି ବ୍ୟବହାର କରନ୍ତି। ଖରାଦିନେ ଚୁଆ ଶୁଖିଗଲେ ୬/୭ କି.ମି. ଦୂର ଡବଲା ଯୋର ନାଳ ପାଣିକୁ ଗ୍ରାମବାସୀ ସ୍ନାନଶୌଚ ଓ ପିଇବାରେ ବ୍ୟବହାର କରିଥାନ୍ତି। ଆଜି ବି ସ୍ବାସ୍ଥ୍ୟସେବା ପାଇଁ କ୍ୱାକ୍‌ଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ରୋଗ ଗୁରୁତର ହେଲେ ବଡଡକଲାସ୍ଥିତ ଆର୍ୟୁବୈଦିକ ଚିକିତ୍ସା କେନ୍ଦ୍ର, ୨୦ କିମି ଦୂର ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ନୂଆପଡା ଜିଲା କୋମନା ସିଏଚସିକୁ ଯାଇଥାନ୍ତି। କୌଣସି ଆଶାକର୍ମୀ ନ ଥିବାରୁ ଗର୍ଭବତୀ ଓ ପ୍ରସୂତି ମହିଳା ଡାକ୍ତରୀ ସୁବିଧାରୁ ବଞ୍ଚିତ ହୋଇଥାନ୍ତି। ଜଙ୍ଗଲ ଜମି ପଟ୍ଟା ମିଳିଥିଲେ ସୁଦ୍ଧା ଜଙ୍ଗଲ ଜମିରେ କୌଣସି ସରକାରୀ ଉନ୍ନୟନ କାମ କରାଯାଇ ପାରୁନାହିଁ। ଇନ୍ଦିିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଡଙ୍ଗାମରା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri