ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ଦେବେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅଧିକ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହି ସହାୟତା ବାବଦରେ ୧୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।