ସରକାର ଦେବେ ଇପିଏଫ୍‌ ସବ୍‌ସିଡି

ନୂଆଦିଲ୍ଲୀ: ନିଯୁକ୍ତି ସୃଷ୍ଟିକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଇପିଏଫ୍‌ ସବ୍‌ସିଡି ସ୍କିମ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। କେନ୍ଦ୍ର କ୍ୟାବିନେଟ ବୁଧବାର ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛି। ଯେଉଁ ସଂସ୍ଥାଗୁଡ଼ିକ ଆଗାମୀ ୨ ବର୍ଷରେ ଅତିରିକ୍ତ ଶ୍ରମଶକ୍ତି ନିଯୁକ୍ତି ଦେବେ ଉକ୍ତ କ୍ଷେତ୍ରରେ ସରକାର ପ୍ରୋତ୍ସାହନ ସ୍ବରୂପ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଯୋଗଦାନ ଦେବାର ପ୍ରସ୍ତାବ ରହିଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଏହି ଯୋଜନାରେ ୧୫୮୪ କୋଟି ଟଙ୍କା ଯୋଗାଇ ଦିଆଯିବ। ସେହିଭଳି ୨୦୨୩ ଯାଏ ସରକାର ଏହି ବାବଦରେ ୨୨,୮୧୦ କୋଟି ଟଙ୍କା ପ୍ରଦାନ କରିବେ।
ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା(ଏବିଆର୍‌ଓ୍ବାଇ) ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ପ୍ୟାକେଜ ଅଧୀନରେ ଏହି ଯୋଜନା ଘୋଷଣା କରାଯାଇଥିଲା। ଉକ୍ତ ଯୋଜନାରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ପ୍ରାୟ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସରକାର ୨ ବର୍ଷ ଲାଗି ସବ୍‌ସିଡି ଯୋଗାଇଦେବା ଲାଗି ଯୋଜନା ରଖିଛନ୍ତି। ସଂସ୍ଥାଗୁଡିକ ଚଳିତ ବର୍ଷ ଅକ୍ଟୋବର କିମ୍ବା ଅକ୍ଟୋବର ପରେ ନୂଆ ନିଯୁକ୍ତି ଦେଇଥିଲେ ଏହାର ଲାଭ ଉଠାଇପାରିବେ। ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ଅବଧି ଯାଏ ଏହି ସୁବିଧା ନେଇହେବ। ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଲାଗି ୧୨% ଲେଖାଏ ଇପିଏଫ୍‌ ଯୋଗଦାନ ସରକାର ଦେବେ। କମ୍ପାନୀ ୧୦୦୦ ପର୍ଯ୍ୟନ୍ତ କର୍ମଚାରୀ ନିଯୁକ୍ତି ଦେଇଥିଲେ ଯୋଜନାର ଲାଭ ନେଇପାରିବେ।
ସେହିଭଳି କୌଣସି କମ୍ପାନୀରେ ୧୦୦୦ରୁ ଅଧିକ ଲୋକ କାମ କରୁଥିଲେ ସରକାର କେବଳ ୧୨% ଇପିଏଫ୍‌ ଯୋଗଦାନ କର୍ମଚାରୀଙ୍କ ଲାଗି ପ୍ରଦାନ କରିବେ। ୨ବର୍ଷ ସରକାର ଯୋଗଦାନ ରଖିବେ। କର୍ମଚାରୀଙ୍କ ମାସିକ ବେତନ ୧୫ ହଜାର ଟଙ୍କାରୁ କମ୍‌ ହୋଇଥିଲେ ମଧ୍ୟ ସେ ଯୋଜନାର ଲାଭ ନେଇପାରିବେ। କର୍ମଚାରୀ ଯଦି କରୋନା ମହାମାରୀ କାଳରେ ଅର୍ଥାତ୍‌ ୨୦୨୦ ମାର୍ଚ୍ଚ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଚାକିରି ହରାଇଥିବେ ଏବଂ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ କୌଣସି ଇପିଏଫ୍‌ ପଞ୍ଜୀକୃତ ସଂସ୍ଥାରେ କାର୍ଯ୍ୟ କରୁ ନ ଥିବେ ସେମାନେ ମଧ୍ୟ ଏହି ସୁବିଧା ପାଇବେ। ଇପିଏଫ୍‌ ପକ୍ଷରୁ ଏହି ସରକାରୀ ସହାୟତା ରାଶିକୁ ସମ୍ପୃକ୍ତ ସଦସ୍ୟଙ୍କ ଆଧାର ସଂଯୋଗ ହୋଇଥିବା ଆକାଉଣ୍ଟ ନମ୍ବରରେ ଇଲେକ୍‌ଟ୍ରୋନିକ୍ସ ବ୍ୟବସ୍ଥାରେ ଜମା କରାଯିବ। ଏହି ସ୍କିମ୍‌ ପାଇଁ ଇପିଏଫ୍‌ଓ ଏକ ସଫ୍ଟଓ୍ବେର ପ୍ରସ୍ତୁତ କରିବ। ସମ୍ପୃକ୍ତ କର୍ମଚାରୀ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ଏକ ପଦ୍ଧତି ବିକଶିତକରି ସ୍ବଚ୍ଛ ଭାବେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ କରିବା ସୁବିଧା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri