ସରକାର ଦେବେ ଇପିଏଫ୍‌ ସବ୍‌ସିଡି

ନୂଆଦିଲ୍ଲୀ: ନିଯୁକ୍ତି ସୃଷ୍ଟିକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଇପିଏଫ୍‌ ସବ୍‌ସିଡି ସ୍କିମ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। କେନ୍ଦ୍ର କ୍ୟାବିନେଟ ବୁଧବାର ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛି। ଯେଉଁ ସଂସ୍ଥାଗୁଡ଼ିକ ଆଗାମୀ ୨ ବର୍ଷରେ ଅତିରିକ୍ତ ଶ୍ରମଶକ୍ତି ନିଯୁକ୍ତି ଦେବେ ଉକ୍ତ କ୍ଷେତ୍ରରେ ସରକାର ପ୍ରୋତ୍ସାହନ ସ୍ବରୂପ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଯୋଗଦାନ ଦେବାର ପ୍ରସ୍ତାବ ରହିଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଏହି ଯୋଜନାରେ ୧୫୮୪ କୋଟି ଟଙ୍କା ଯୋଗାଇ ଦିଆଯିବ। ସେହିଭଳି ୨୦୨୩ ଯାଏ ସରକାର ଏହି ବାବଦରେ ୨୨,୮୧୦ କୋଟି ଟଙ୍କା ପ୍ରଦାନ କରିବେ।
ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା(ଏବିଆର୍‌ଓ୍ବାଇ) ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ପ୍ୟାକେଜ ଅଧୀନରେ ଏହି ଯୋଜନା ଘୋଷଣା କରାଯାଇଥିଲା। ଉକ୍ତ ଯୋଜନାରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ପ୍ରାୟ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସରକାର ୨ ବର୍ଷ ଲାଗି ସବ୍‌ସିଡି ଯୋଗାଇଦେବା ଲାଗି ଯୋଜନା ରଖିଛନ୍ତି। ସଂସ୍ଥାଗୁଡିକ ଚଳିତ ବର୍ଷ ଅକ୍ଟୋବର କିମ୍ବା ଅକ୍ଟୋବର ପରେ ନୂଆ ନିଯୁକ୍ତି ଦେଇଥିଲେ ଏହାର ଲାଭ ଉଠାଇପାରିବେ। ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ଅବଧି ଯାଏ ଏହି ସୁବିଧା ନେଇହେବ। ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଲାଗି ୧୨% ଲେଖାଏ ଇପିଏଫ୍‌ ଯୋଗଦାନ ସରକାର ଦେବେ। କମ୍ପାନୀ ୧୦୦୦ ପର୍ଯ୍ୟନ୍ତ କର୍ମଚାରୀ ନିଯୁକ୍ତି ଦେଇଥିଲେ ଯୋଜନାର ଲାଭ ନେଇପାରିବେ।
ସେହିଭଳି କୌଣସି କମ୍ପାନୀରେ ୧୦୦୦ରୁ ଅଧିକ ଲୋକ କାମ କରୁଥିଲେ ସରକାର କେବଳ ୧୨% ଇପିଏଫ୍‌ ଯୋଗଦାନ କର୍ମଚାରୀଙ୍କ ଲାଗି ପ୍ରଦାନ କରିବେ। ୨ବର୍ଷ ସରକାର ଯୋଗଦାନ ରଖିବେ। କର୍ମଚାରୀଙ୍କ ମାସିକ ବେତନ ୧୫ ହଜାର ଟଙ୍କାରୁ କମ୍‌ ହୋଇଥିଲେ ମଧ୍ୟ ସେ ଯୋଜନାର ଲାଭ ନେଇପାରିବେ। କର୍ମଚାରୀ ଯଦି କରୋନା ମହାମାରୀ କାଳରେ ଅର୍ଥାତ୍‌ ୨୦୨୦ ମାର୍ଚ୍ଚ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଚାକିରି ହରାଇଥିବେ ଏବଂ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ କୌଣସି ଇପିଏଫ୍‌ ପଞ୍ଜୀକୃତ ସଂସ୍ଥାରେ କାର୍ଯ୍ୟ କରୁ ନ ଥିବେ ସେମାନେ ମଧ୍ୟ ଏହି ସୁବିଧା ପାଇବେ। ଇପିଏଫ୍‌ ପକ୍ଷରୁ ଏହି ସରକାରୀ ସହାୟତା ରାଶିକୁ ସମ୍ପୃକ୍ତ ସଦସ୍ୟଙ୍କ ଆଧାର ସଂଯୋଗ ହୋଇଥିବା ଆକାଉଣ୍ଟ ନମ୍ବରରେ ଇଲେକ୍‌ଟ୍ରୋନିକ୍ସ ବ୍ୟବସ୍ଥାରେ ଜମା କରାଯିବ। ଏହି ସ୍କିମ୍‌ ପାଇଁ ଇପିଏଫ୍‌ଓ ଏକ ସଫ୍ଟଓ୍ବେର ପ୍ରସ୍ତୁତ କରିବ। ସମ୍ପୃକ୍ତ କର୍ମଚାରୀ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ଏକ ପଦ୍ଧତି ବିକଶିତକରି ସ୍ବଚ୍ଛ ଭାବେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ କରିବା ସୁବିଧା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri