କ୍ଷତିପୂରଣ ଦେବେ ସରକାର : ହାଇକୋର୍ଟ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଭୀମ୍‌ସାରରେ ଚିକିତ୍ସା ଅବହେଳାରୁ କୋଭିଡ୍‌ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କ୍ଷତିପୂରଣ ଦେବେ। ଏ ନେଇ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ ମୃତକଙ୍କ ପରିବାରକୁ ୫ଲକ୍ଷ ଏବଂ ଆଉ ୧୧ ପରିବାରକୁ ୫୦ ହଜାର ଲେଖାଏ ଦେବାକୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ମେ’ ୨ ତାରିଖ ସୁଦ୍ଧା କ୍ଷତିପୂରଣ ଦେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ଦେଇସାରିବା ପରେ ମେ’ ୨ ସୁଦ୍ଧା କଂପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି।