ସରକାର ଆଣିବେ କ୍ରିପ୍ଟୋ କରେନ୍ସି ବିଲ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିକୁ ନେଇ ସରକାର ଶୀଘ୍ର ଏକ ବିଲ୍‌ ଆଣିବେ। ବର୍ତ୍ତମାନ ଥିବା ଆଇନରେ ଏ ସଂକ୍ରାନ୍ତ କୌଣସି ବ୍ୟବସ୍ଥା ନ ଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଉଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କ୍ରିପ୍ଟୋ କରେନ୍ସିକୁ ନିୟନ୍ତ୍ରିତ କରିବା ଲାଗି ଆର୍‌ବିଆଇ ଏବଂ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ନିକଟରେ କୌଣସି ଆଇନଗତ ପ୍ରକ୍ରିୟା ନାହିଁ ବୋଲି ରାଜ୍ୟ ସଭାକୁ ଠାକୁର କହିଛନ୍ତି। ଏହି ପ୍ରସଙ୍ଗକୁ ବିଚାର କରିବା ଲାଗି ବର୍ତ୍ତମାନର ନିୟମ ପର୍ଯ୍ୟାପ୍ତ ନୁହେଁ। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରଦାନ କରିବା ଲାଗି ସରକାର ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଏହାକୁ ନେଇ ଏମ୍ପାଓ୍ବାର୍ଡ ଟେକ୍ନୋଲୋଜି ଗ୍ରୁପ୍‌ର ଏକ ବୈଠକ ମଧ୍ୟ ଆୟୋଜନ କରାଯିବା କାର୍ଯ୍ୟକ୍ରମ ରହିଛି। ସେହିଭଳି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ରିପୋର୍ଟ ମଧ୍ୟ ଦେବ। ବିଲ୍‌ ଚୂଡ଼ାନ୍ତ ହେବା ପରେ ଏହାକୁ କ୍ୟାବିନେଟ୍‌କୁ ପଠାଯିବ। ବିଟ୍‌ କଏନ ସମେତ ଅନ୍ୟ ଭର୍ଚୁଆଲ କରେନ୍ସିକୁ ନେଇ ରିଜର୍ଭ ବ୍ୟାଙ୍କ ୨୦୧୮ରେ ଏକ ସର୍କୁଲାର ଜାରି କରିଥିଲା। ଏହାର କାରବାର ନ କରିବାକୁ ଅଂଶୀଦାର ସଂସ୍ଥାଗୁଡିକୁ କୁହାଯାଇଥିଲା। ୪ ମାର୍ଚ୍ଚ ୨୦୨୦ରେ ଆର୍‌ବିଆଇ ସର୍କୁଲାରକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ୯୧ ଚାଇନା କମ୍ପାନୀ ଭାରତରେ ପଞ୍ଜୀକୃତ ଥିବା ବେଳେ ୮୦ଟି କାର୍ଯ୍ୟକ୍ଷମ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri