ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ ଅନ୍‌ଲାଇନ ଏବଂ କଣ୍ଟାକ୍ଟଲେସ୍‌ ସେବା ଯୋଗାଣ ଦିଗରେ ଏଭଳି ସୁବିଧାକୁ ଗୁରୁତ୍ୱ ଦିଆଯାଉଛି। ଏହି ସେବାଗୁଡିକ ମଧ୍ୟରେ ଲର୍ନର ଲାଇସେନ୍ସ, ଡିଏଲ୍‌ ନବୀକରଣ, ଠିକଣା ପରିବର୍ତ୍ତନ ଏବଂ ପଞ୍ଜୀକରଣ ସାର୍ଟିଫିକେଟ, ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ ଇସ୍ୟୁ, ନୋଟିସ ଅଫ୍‌ ଟ୍ରାନ୍ସଫର, ଭେଇକିଲ ଓନରଶପି ଟ୍ରାନ୍ସଫର ଆପ୍ଲିକେଶନ ରହିଛି। ସଡ଼କ ପରିବହନ ମନ୍ତ୍ରଣାଳୟର ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ମୁତାବକ, ପୋର୍ଟାଲ ଦ୍ୱାରା କଣ୍ଟାକ୍ଟଲେସ୍‌ ସେବା ନେବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଆଧାର ଅଥେଣ୍ଟିକେଶନ ପ୍ରକ୍ରିୟା ଦେଇ ଯିବାକୁ ହେବ। ଡ୍ରାଫ୍ଟ ଅର୍ଡର ନେଇ ମନ୍ତ୍ରଣାଳୟ ବର୍ତ୍ତମାନ ଅଂଶୀଦାରଙ୍କ ପରାମର୍ଶ ଲୋଡ଼ିଛି। ସେହିଭଳି ଯେଉଁ ବ୍ୟକ୍ତି ଆଧାର ପ୍ରମାଣନ କରାଇବାକୁ ଚାହୁଁନାହାନ୍ତି ସେମାନେ ଅଫ୍‌ଲାଇନରେ କାର୍ଯ୍ୟାଳୟ ଯାଇ ଏହି ସେବାଗୁଡିକ ଲାଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଅର୍ଥନୀତି ପ୍ରଭାବିତ

ମସ୍କୋ/ଓ୍ବାଶିଂଟନ/ଲଣ୍ଡନ,୭ା୩: ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ଆକ୍ରମଣକୁ ନେଇ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। ଆଧୁନିକ...

ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(...

୨ ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୭-୬: ନୀତି ଆୟୋଗ ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦...

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୩% ବୃଦ୍ଧି

କଟକ,୨।୮: ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟରେ ୭୯୪.୦୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି।...

୨୦ସୁଦ୍ଧା ହୋଇପାରେ ରେସ୍‌ଲିଂ ଟ୍ରାଏଲ୍ସ

ନୂଆଦିଲ୍ଲୀ, ୭ା୭ (ପି.ଟି.):ଏସିଆନ ଗେମ୍ସ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଶର୍ଟଲିଷ୍ଟ ତାଲିକା ପାଇଁ ଟ୍ରାଏଲ୍ସ ଯଥାସମ୍ଭବ ଜୁଲାଇ ୨୦ ପାଖାପାଖି ହୋଇପାରେ। ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ(ଓସିଏ)...

ଜାଲ୍‌ ଜିଏସ୍‌ଟି ଇନ୍‌ଭଏସ;ଦେଶର ୩୩୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୩-୯: ଦେଶରେ ଜିଏସ୍‌ଟି ଲାଗୁ ହେବାର ୨ ବର୍ଷ ପରେ ମୋଦି ସରକାର ଜିଏସ୍‌ଟି ଫାଙ୍କି ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଅଭିଯାନ କରିଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ...

ନିୟନ୍ତ୍ରିତ ହେବ ସାନିଟାରୀ ନାପକିନ୍‌ ଭଳି ଉତ୍ପାଦ ମୂଲ୍ୟ

ନୂଆଦିଲ୍ଲୀ,୨୬-୮: କେନ୍ଦ୍ର ସରକାର ଖୁବଶୀଘ୍ର ହାଇଜିନ ଉତ୍ପାଦ ସାନିଟାରୀ ନ୍ୟାପକିନ୍‌, ହ୍ୟାଣ୍ଡ ଓ୍ବାଶ୍‌, ସମସ୍ତ ପ୍ରକାର କୀଟାଣୁନାଶକ ଉତ୍ପାଦ ଏବଂ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଡାୟପର୍ସ...

ଡିଜେଲ କାର୍‌ ତିଆରି ବନ୍ଦ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୨।୧୧: ମାରୁତି ସୁଜୁକି ଇଣ୍ଡିଆ ଡିଜେଲ କାର ପ୍ରସ୍ତୁତିକୁ ବନ୍ଦ କରିବାକୁ ଯାଉଛି। ୨୦୨୩ରେ ପରବର୍ତ୍ତୀ ପର୍ଯ୍ୟାୟ ନୂଆ ନିର୍ଗମନ ନିୟମ ଲାଗୁ ହେବାକୁ ଯାଉଥିବା...

Advertisement
Archives

Model This Week