ଭାଙ୍ଗିରୁଜି ଗଲାଣି ସରକାରୀ କ୍ୱାର୍ଟର୍ସ

ଗୋପ,୨୫।୧୦(ଡି.ଏନ୍‌.ଏ.): ଗୋପ ବ୍ଲକରେ ସରକାର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଥିବା କ୍ୱାର୍ଟର୍ସଗୁଡ଼ିକରେ ଅଧିକାଂଶ ସମୟ କେହି ରହୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଦୀର୍ଘଦିନ ଧରି କ୍ୱାର୍ଟର୍ସ ସବୁ ଖାଲିପଡ଼ିଥିବାରୁ ଧୀରେ ଧୀରେ କୋଠାଗୁଡ଼ିକ ଭାଙ୍ଗିରୁଜି ଯିବା ସହ ଗଛ ଲତା ମାଡ଼ିଯାଇ ଖତ ଖାଇଗଲାଣି। ବ୍ଲକରେ ଥିବା ପ୍ରାୟ ୧୩ଟି ସରକାରୀ କ୍ୱାର୍ଟର୍ସ ଏବେ ଅନୁପଯୋଗୀ ହୋଇପଡ଼ିଛି। କିଛି ବର୍ଷ ଧରି ଏହି ବ୍ଲକ କଲୋନୀରେ ବିଡିଓଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ, କର୍ମଚାରୀ ରହୁଥିବା ବେଳେ ଏବେ ଏହି ସବୁ ସରକାରୀ କ୍ବାର୍ଟର୍ସ ଭୂତ କୋଠିରେ ପରିଣତ ହୋଇଛି। ବିଡିଓ, ଯନ୍ତ୍ରୀ ଓ ବ୍ଲକ କର୍ମଚାରୀମାନେ ଏବେ ବାହାର ଅଞ୍ଚଳରେ ରହୁଥିବା ଭଳି ଅଭିଯୋଗ ରହିଛି। ଫଳରେ ଲକ୍ଷାଧିକ ଟଙ୍କାରେ ନିର୍ମାଣାଧୀନ ଏହି ଗୃହ ସବୁ ଏବେ ପଶୁପକ୍ଷୀଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବାବେଳେ ନିଶାଗ୍ରସ୍ତ ଯୁବକମାନେ ଆଡା ଜମାଇବା ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ବ୍ଲକ କର୍ମଚାରୀମାନେ ବାହାରେ ରହୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟରେ ଅଭିଯୋଗ ହେବା ପରେ ମନ୍ତ୍ରୀ ସମସ୍ତ ବ୍ଲକ କର୍ମଚାରୀ ହେର୍ଡ କ୍ବାର୍ଟର୍ସରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କିିଛିଦିନ ମାନିବା ପରେ ଏବେ ପୁଣି ସମାନାବସ୍ଥା ହୋଇଯାଇଛି। ଅପରପକ୍ଷେ ଗୋପ ବ୍ଲକର ସମସ୍ତ କର୍ମଚାରୀ ସରକାରୀ ତହବିଲରୁ ମାସିକ ଭଡ଼ା ବାବଦରେ ହଜାର ହଜାର ଟଙ୍କା ନେଉଥିବା ଭଳି ଅଭିଯୋଗ ରହିଛି। ଏଥିସହ ବ୍ଲକ କର୍ମଚାରୀମାନେ ବାହାରେ ରହୁଥିବାରୁ ଠିକ ସମୟରେ କାର୍ଯ୍ୟାଳୟକୁ ନ ଆସିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବ୍ଲକର ବିଭିନ୍ନ ବିଭାଗ ଅଧିକାରୀମାନେ ଅଧିକାଂଶ ସମୟ ଅନୁପସ୍ଥିତ ରହିବା ଯୋଗୁ ପ୍ରାୟ ସମୟ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଓ ଜିଲାପାଳ ସମର୍ଥ ବର୍ମା ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି। ଏ ଅଭିଯୋଗ ନେଇ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ସମସ୍ତ କର୍ମଚାରୀ କ୍ୱାର୍ଟର୍ସରେ ରହିଥିବା, କିନ୍ତୁ ଅଧିକାଂଶ ଗୃହ ରହିବା ଅବସ୍ଥାରେ ନାହିଁ। ଗୃହଗୁଡ଼ିକ ଭାଙ୍ଗିରୁଜି ଯିିବା ସହ ଚାରିଆଡ଼େ ଗଛଲତା ମାଡ଼ିଗଲାଣି। ତେଣୁ ଏଠି ରହିବାକୁ କର୍ମଚାରୀମାନେ ପସନ୍ଦ କରୁନାହାନ୍ତି, ମରାମତି କରାଯିବା ପରେ କର୍ମଚାରୀଙ୍କୁ ରହିବା ପାଇଁ କୁହାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri