ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର ସହ ଓଡ଼ିଶା ସରକାରଙ୍କ ରାଜିନାମା

ଭୁବନେଶ୍ୱର,୪।୨
କେନ୍ଦ୍ରୀୟ ଭାରତର ଜଣାଶୁଣା କ୍ୟାନ୍‌ସର ହସ୍ପିଟାଲ ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର(ବିଏମ୍‌ସି) ସହ ଓଡ଼ିଶା ସରକାର ନିକଟରେ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଏହି ଅନୁସାରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିକେଏସ୍‌ୱାଇ)ର କାର୍ଯ୍ୟକାରିତା ଠିକ୍‌ ଭାବେ କରାଯାଇଛି। ଫଳରେ ବିକେଏସ୍‌ୱାଇ ହିତାଧିକାରୀଙ୍କୁ ହସ୍ପିଟାଲ ପକ୍ଷରୁ ଗୁଣବତ୍ତାଯୁକ୍ତ କର୍କଟ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ରାଜ୍ୟର ଗରିବ ପରିବାର ତଥା ମହିଳାମାନଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାନୁୟାରୀରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା। ବାଲ୍‌କୋ ମେଡିକାଲ ସେଣ୍ଟର ଇତିମଧ୍ୟରେ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିପାରିଛି।
ଏହି ହସ୍ପିଟାଲରେ ଶ୍ରେଷ୍ଠତମ ଆଧୁନିକ ଲିନିୟର ଆସିଲେଟର,ବୃହତ୍‌ କେମୋଥେରାପି ଡେ-କେୟାର ୟୁନିଟ୍‌, ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ମେଡିକାଲ ଡିପାର୍ଟମେଣ୍ଟ ରହିଛି।
ଏହାଦ୍ୱାରା ଶ୍ରେଷ୍ଠତମ ଡାଇଗ୍ନୋଷ୍ଟିକ୍‌ ଏବଂ ଚିକିତ୍ସା ଉପଲବ୍ଧ ହୋଇଥାଏ। କର୍କଟ ଚିକିତ୍ସା କ୍ଷେତ୍ରରେ ଚାହିଦା ଅନୁସାରେ ଚିକିତ୍ସାରେ ଅଭାବ, କମ୍‌ ସଚେତନତା, ଆବଶ୍ୟକ ଭିତ୍ତିଭୂମିର ଅଭାବ ଏବଂ କମ୍‌ ସଂଖ୍ୟକ ଅନ୍‌କୋଲୋଜିଷ୍ଟ ଯୋଗୁ ସମସ୍ୟା ଦେଖାଦେଉଛି। ତେବେ ଏ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ବାଲ୍‌କୋ ହସ୍ପିଟାଲ କର୍କଟ ମୁକ୍ତି ସମାଜ ଗଠନ ମିଶନ ପୂରଣ କରିବାର ପ୍ରୟାସ ଜାରି ରଖିଛି।
ଏ ସମ୍ପର୍କରେ ବାଲ୍‌କୋ ମେଡିକାଲ ସେଣ୍ଟରର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଥିଲେ, ଭାରତରେ ଗତ କିଛି ଦଶନ୍ଧି ମଧ୍ୟରେ କର୍କଟ ଚିକିତ୍ସା ଦକ୍ଷତାରେ ବୃଦ୍ଧି ହୋଇପାରିଛି। ଅଧିକାଂଶ ସୁବିଧା ସହରାଞ୍ଚଳରେ ରହିଛି। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ କର୍କଟ ରୋଗୀ ସଂଖ୍ୟା ବଢ଼ିବା ସହିତ ଗୁଣବତ୍ତାଯୁକ୍ତ ଚିକିତ୍ସା ଅଭାବରୁ ଏହା ମୁଖ୍ୟ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ବେଦାନ୍ତ ପକ୍ଷରୁ ବାଲ୍‌କୋ ମେଡିକାଲ ସେଣ୍ଟର ନୂଆ ରାୟପୁରରେ ସ୍ଥାପିତ ହୋଇଛି। ଏହା ପକେଟକୁ ସୁହାଇଲା ଭଳି ଖର୍ଚ୍ଚରେ କର୍କଟ ଚିକିତ୍ସା ଉପଲବ୍ଧ କରାଉଛି। ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାର ଉଦ୍ୟମ ଜାରି ରଖିଛି। ବାଲ୍‌କୋ ମେଡିକାଲ ସେଣ୍ଟର ଏନ୍‌ଏବିଏଚ୍‌ ଦ୍ୱାରା ସ୍ବୀକୃତ। କର୍କଟ ଚିକିତ୍ସା ସହ ଏହା ସାଇକୋଲୋଜିକାଲ୍‌, ନ୍ୟୁଟ୍ରିଶନାଲ ଏବଂ ଫିଜିକାଲ ଥେରାପି ସୁବିଧା ଯୋଗାଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri