ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର ସହ ଓଡ଼ିଶା ସରକାରଙ୍କ ରାଜିନାମା

ଭୁବନେଶ୍ୱର,୪।୨
କେନ୍ଦ୍ରୀୟ ଭାରତର ଜଣାଶୁଣା କ୍ୟାନ୍‌ସର ହସ୍ପିଟାଲ ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର(ବିଏମ୍‌ସି) ସହ ଓଡ଼ିଶା ସରକାର ନିକଟରେ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଏହି ଅନୁସାରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିକେଏସ୍‌ୱାଇ)ର କାର୍ଯ୍ୟକାରିତା ଠିକ୍‌ ଭାବେ କରାଯାଇଛି। ଫଳରେ ବିକେଏସ୍‌ୱାଇ ହିତାଧିକାରୀଙ୍କୁ ହସ୍ପିଟାଲ ପକ୍ଷରୁ ଗୁଣବତ୍ତାଯୁକ୍ତ କର୍କଟ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ରାଜ୍ୟର ଗରିବ ପରିବାର ତଥା ମହିଳାମାନଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାନୁୟାରୀରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା। ବାଲ୍‌କୋ ମେଡିକାଲ ସେଣ୍ଟର ଇତିମଧ୍ୟରେ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିପାରିଛି।
ଏହି ହସ୍ପିଟାଲରେ ଶ୍ରେଷ୍ଠତମ ଆଧୁନିକ ଲିନିୟର ଆସିଲେଟର,ବୃହତ୍‌ କେମୋଥେରାପି ଡେ-କେୟାର ୟୁନିଟ୍‌, ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ମେଡିକାଲ ଡିପାର୍ଟମେଣ୍ଟ ରହିଛି।
ଏହାଦ୍ୱାରା ଶ୍ରେଷ୍ଠତମ ଡାଇଗ୍ନୋଷ୍ଟିକ୍‌ ଏବଂ ଚିକିତ୍ସା ଉପଲବ୍ଧ ହୋଇଥାଏ। କର୍କଟ ଚିକିତ୍ସା କ୍ଷେତ୍ରରେ ଚାହିଦା ଅନୁସାରେ ଚିକିତ୍ସାରେ ଅଭାବ, କମ୍‌ ସଚେତନତା, ଆବଶ୍ୟକ ଭିତ୍ତିଭୂମିର ଅଭାବ ଏବଂ କମ୍‌ ସଂଖ୍ୟକ ଅନ୍‌କୋଲୋଜିଷ୍ଟ ଯୋଗୁ ସମସ୍ୟା ଦେଖାଦେଉଛି। ତେବେ ଏ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ବାଲ୍‌କୋ ହସ୍ପିଟାଲ କର୍କଟ ମୁକ୍ତି ସମାଜ ଗଠନ ମିଶନ ପୂରଣ କରିବାର ପ୍ରୟାସ ଜାରି ରଖିଛି।
ଏ ସମ୍ପର୍କରେ ବାଲ୍‌କୋ ମେଡିକାଲ ସେଣ୍ଟରର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଥିଲେ, ଭାରତରେ ଗତ କିଛି ଦଶନ୍ଧି ମଧ୍ୟରେ କର୍କଟ ଚିକିତ୍ସା ଦକ୍ଷତାରେ ବୃଦ୍ଧି ହୋଇପାରିଛି। ଅଧିକାଂଶ ସୁବିଧା ସହରାଞ୍ଚଳରେ ରହିଛି। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ କର୍କଟ ରୋଗୀ ସଂଖ୍ୟା ବଢ଼ିବା ସହିତ ଗୁଣବତ୍ତାଯୁକ୍ତ ଚିକିତ୍ସା ଅଭାବରୁ ଏହା ମୁଖ୍ୟ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ବେଦାନ୍ତ ପକ୍ଷରୁ ବାଲ୍‌କୋ ମେଡିକାଲ ସେଣ୍ଟର ନୂଆ ରାୟପୁରରେ ସ୍ଥାପିତ ହୋଇଛି। ଏହା ପକେଟକୁ ସୁହାଇଲା ଭଳି ଖର୍ଚ୍ଚରେ କର୍କଟ ଚିକିତ୍ସା ଉପଲବ୍ଧ କରାଉଛି। ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାର ଉଦ୍ୟମ ଜାରି ରଖିଛି। ବାଲ୍‌କୋ ମେଡିକାଲ ସେଣ୍ଟର ଏନ୍‌ଏବିଏଚ୍‌ ଦ୍ୱାରା ସ୍ବୀକୃତ। କର୍କଟ ଚିକିତ୍ସା ସହ ଏହା ସାଇକୋଲୋଜିକାଲ୍‌, ନ୍ୟୁଟ୍ରିଶନାଲ ଏବଂ ଫିଜିକାଲ ଥେରାପି ସୁବିଧା ଯୋଗାଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri