Categories: ଜାତୀୟ

ତୃତୀୟ ଲହର ପୂର୍ବରୁ ଔଷଧ ମହଜୁଦ୍‌ ରଖୁଛନ୍ତି ସରକାର

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ୩୦ ଦିନିଆ ବଫର ଷ୍ଟକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୀବନ ରକ୍ଷାକାରୀ ଔଷଧ ବ୍ୟତୀତ ସରକାର ସାଧାରଣ ଓଷଧ ଯେପରି ପାରାସିଟାମୋଲ, ଆଣ୍ଟିବାୟୋଟିକ ଏବଂ ଭିଟାମିନ ଭଳି ସପ୍ଲିମେଣ୍ଟ ମଧ୍ୟ ସଂଗ୍ରହ କରୁଛନ୍ତି। ତୃତୀୟ ଲହରର ପୂର୍ବରୁ କେନ୍ଦ୍ର ରେମଡେସିଭିରର ୫ ମିଲିୟନ ବୋତଲ କ୍ରୟ କରିବାକୁ ଯୋଜନା କରୁଛନ୍ତି ସରକାର। ଦ୍ୱିତୀୟ ଲହର ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ସରକାର ରେମଡେସିଭର୍‌, ଫାଭିପିରାଭିର ପରି ଔଷଧର ଷ୍ଟକ ପ୍ରସ୍ତୁତ କରୁଛନ୍ତି।
ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଥିଲା ଯେ, କରୋନାର ତୃତୀୟ ଲହର ଆସିବାର ସମ୍ଭାବନା କହିଛି। ଏହି ଲହରର ମୁଖ୍ୟ କାରଣ ହେଉଛି SARS-CoV-2ର ଡେଲଟା ଭାରିଏଣ୍ଟ, ଯାହାର ପ୍ରଥମ ମାମଲା ଭାରତରେ ମିଳିଥିଲା। ଡବ୍ଲୁଏଚ୍‌ଓର ଚେତାବନୀ ମଧ୍ୟ ଭାରତ ପାଇଁ ଏକ ବିପଦ ସଙ୍କେତ ଅଟେ।

Share