ମୁଖ୍ୟମନ୍ତ୍ରୀ ନାହିଁ କଲେ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୯ ମାସ ହେବ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେତେକ କ୍ଷେତ୍ରରେ ଅନ୍‌ଲାଇନରେ ପଢା ହେଉଛି। ତେବେ ଅଧିକାଂଶ ପିଲା ଏହି ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ପାଠପଢା ବନ୍ଦ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି। ପିଲମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ସନ୍ଦିହାନ ହୋଇପଡିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ଏହାର ପୁନଃ ସଂକ୍ରମଣ ଆଶଙ୍କା ଟଳି ନାହିଁ। ଏପରିକି ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଭଳି ଅନେକ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଓଡିଶା ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସ୍କୁଲ ଓ କଲେଜ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ପକ୍ଷରୁ ଗଣମାଧ୍ୟମକୁ ବିଭିନ୍ନ ସମୟରେ ସୂଚନା ଦିଆଯାଉଛି। ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ବିଭାଗଗୁଡିକ ପକ୍ଷରୁ ଦିଆଯାଉଥିବା ବିବୃତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଦୃଷ୍ଟିକୋଣରୁ ବିଚାରବିମର୍ଶ କରି ରାଜ୍ୟ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ। ଗୁରୁବାର ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ-୧୯ ମୁକାବିଲା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ସ୍କୁଲ, କଲେଜ ଖୋଲିବା ନେଇ ସରକାର ଦ୍ୱନ୍ଦ୍ୱରେ ରହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ନୂଆବର୍ଷଠାରୁ ସ୍କୁଲ ଖୋଲିବା କଥା ଚିନ୍ତା କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥଲେ। ସେହିପରି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଇଥିଲେ। ସ୍କୁଲ୍‌ ଖୋଲିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏବେ ସ୍କୁଲ୍‌ ଖୋଲିବା ସମ୍ଭବ ନୁହେଁ। ତେଣୁ ଜାନୁୟାରୀରୁ ଖୋଲାଯିବ। ପ୍ରାଥମିକ ପର୍ଯ୍ୟାୟରେ ହାଇସ୍କୁଲ ଓ ଯୁକ୍ତ ୨ କଲେଜ ଖୋଲାଯାଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ। ପରବର୍ତ୍ତୀ ସମୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ବିଚାରବିମର୍ଶ ହେବ। ଶନିବାର, ରବିବାର ସହ ଛୁଟି ଦିନରେ ବି କ୍ଲାସ ହେବ। କେବଳ ପର୍ବପର୍ବାଣି ଛୁଟି ବ୍ୟତୀତ ଅନ୍ୟ ସମସ୍ତ ଛୁଟିରେ କ୍ଲାସ୍‌ କରାଯିବ। ଶହେ ଦିନ ପାଠ ପଢ଼ାଇବା ପରେ ପରୀକ୍ଷା ହେବ। ଏଥର ପ୍ରାୟ ୬ ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଓ ୩.୫ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ। ଛାତ୍ରୀଛାତ୍ରଙ୍କ ଚାପ କମାଇବା ପାଇଁ ସ୍ବତନ୍ତ୍ର ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ। କିଛିଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଷ୍ଟଡି ମ୍ୟାଟେରିଆଲ ଲୋକାର୍ପଣ କରାଯାଇ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯିବ। ପାଠପଢା ଶେଷ ହେବା ପରେ ଏପ୍ରିଲ କିମ୍ବା ମେ’ ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଉଚ୍ଚଶିକ୍ଷା ସଚିବ କହିଛନ୍ତି, କରୋନା ପାଇଁ ୯ ମାସ ହେଲାଣି କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ ଛାତ୍ରୀଛାତ୍ର କଲେଜରେ କ୍ଲାସ କରିବେ। ଖୁବ୍‌ଶୀଘ୍ର ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ଘୁଞ୍ଚତ୍ବ। ଅନଲାଇନ୍‌ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍‌ ହାର ବଢ଼ିବା ଆଶଙ୍କା ରହିଛି। ତେଣୁ କ୍ଲାସରେ ୭୦ରୁ ୮୦ ଦିନ ପାଠପଢା ପରେ ପରୀକ୍ଷା କରାଯିବ। ଯଦି କଲେଜ ଖୋଲିବାରେ ବିଳମ୍ବ ହେବ, ତା’ହେଲେ ସିଲାବସ୍‌ ହ୍ରାସ କରିବା କଥା ଚିନ୍ତା କରାଯାଇପାରେ ବୋଲି ମିଶ୍ର କହିଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଗତ ଜୁଲାଇ-ଅଗଷ୍ଟରେ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କର ଅଫ୍‌ଲାଇନ କ୍ଲାସ ସରିଯାଇଥିଲା। ତେଣୁ ସେମାନଙ୍କୁ ପରୀକ୍ଷା ନିମନ୍ତେ ଅନୁମତି ଦିଆଯାଇଛି। ଏହାବ୍ୟତୀତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ମୁକ୍ତ ବିଶ୍ୱଦ୍ୟାଳୟରେ ଫିଜିକାଲ କ୍ଲାସ କରାଯାଇ ନ ଥାଏ। ସପ୍ତାହକୁ ଥରେ ପିଲାମାନେ ସନ୍ଦେହ ଦୂର କରିବାକୁ ଆସିଥାନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ମାତ୍ର ଯେଉଁ ଛାତ୍ରୀଛାତ୍ର ୟୁଜି ଓ ପିଜିରେ ଆଡ୍‌ମିଶନ କରିଛନ୍ତି, ସେମାନଙ୍କ ଅନ୍‌ଲାଇନ କ୍ଲାସ ଚାଲିବ। ସବୁ ପିଲା ଅନ୍‌ଲାଇନ୍‌ରେ କ୍ଲାସ କରୁ ନ ଥିବାରୁ ଏବେ ପରୀକ୍ଷା କଲେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। କ୍ଲାସ୍‌ରୁମ୍‌ ଶିକ୍ଷାଦାନ ପରେ ହିଁ ସେମାନଙ୍କର ପରୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି। ସ୍କୁଲ୍‌ ଓ କଲେଜ ଖୋଲିବା ପୂର୍ବରୁ କ୍ୟାମ୍ପସ୍‌ ଓ କ୍ଲାସ୍‌ରୁମ୍‌ ପରିସରକୁ ସ୍ବଚ୍ଛ ଓ ସଫାସୁତୁରା ରଖିବାକୁ ପ୍ରତି ସ୍କୁଲ୍‌ର ପ୍ରଧାନଶିକ୍ଷକ ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri