ମୁଖ୍ୟମନ୍ତ୍ରୀ ନାହିଁ କଲେ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୯ ମାସ ହେବ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେତେକ କ୍ଷେତ୍ରରେ ଅନ୍‌ଲାଇନରେ ପଢା ହେଉଛି। ତେବେ ଅଧିକାଂଶ ପିଲା ଏହି ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ପାଠପଢା ବନ୍ଦ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି। ପିଲମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ସନ୍ଦିହାନ ହୋଇପଡିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ଏହାର ପୁନଃ ସଂକ୍ରମଣ ଆଶଙ୍କା ଟଳି ନାହିଁ। ଏପରିକି ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଭଳି ଅନେକ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଓଡିଶା ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସ୍କୁଲ ଓ କଲେଜ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ପକ୍ଷରୁ ଗଣମାଧ୍ୟମକୁ ବିଭିନ୍ନ ସମୟରେ ସୂଚନା ଦିଆଯାଉଛି। ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ବିଭାଗଗୁଡିକ ପକ୍ଷରୁ ଦିଆଯାଉଥିବା ବିବୃତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଦୃଷ୍ଟିକୋଣରୁ ବିଚାରବିମର୍ଶ କରି ରାଜ୍ୟ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ। ଗୁରୁବାର ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ-୧୯ ମୁକାବିଲା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ସ୍କୁଲ, କଲେଜ ଖୋଲିବା ନେଇ ସରକାର ଦ୍ୱନ୍ଦ୍ୱରେ ରହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ନୂଆବର୍ଷଠାରୁ ସ୍କୁଲ ଖୋଲିବା କଥା ଚିନ୍ତା କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥଲେ। ସେହିପରି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଇଥିଲେ। ସ୍କୁଲ୍‌ ଖୋଲିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏବେ ସ୍କୁଲ୍‌ ଖୋଲିବା ସମ୍ଭବ ନୁହେଁ। ତେଣୁ ଜାନୁୟାରୀରୁ ଖୋଲାଯିବ। ପ୍ରାଥମିକ ପର୍ଯ୍ୟାୟରେ ହାଇସ୍କୁଲ ଓ ଯୁକ୍ତ ୨ କଲେଜ ଖୋଲାଯାଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ। ପରବର୍ତ୍ତୀ ସମୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ବିଚାରବିମର୍ଶ ହେବ। ଶନିବାର, ରବିବାର ସହ ଛୁଟି ଦିନରେ ବି କ୍ଲାସ ହେବ। କେବଳ ପର୍ବପର୍ବାଣି ଛୁଟି ବ୍ୟତୀତ ଅନ୍ୟ ସମସ୍ତ ଛୁଟିରେ କ୍ଲାସ୍‌ କରାଯିବ। ଶହେ ଦିନ ପାଠ ପଢ଼ାଇବା ପରେ ପରୀକ୍ଷା ହେବ। ଏଥର ପ୍ରାୟ ୬ ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଓ ୩.୫ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ। ଛାତ୍ରୀଛାତ୍ରଙ୍କ ଚାପ କମାଇବା ପାଇଁ ସ୍ବତନ୍ତ୍ର ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ। କିଛିଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଷ୍ଟଡି ମ୍ୟାଟେରିଆଲ ଲୋକାର୍ପଣ କରାଯାଇ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯିବ। ପାଠପଢା ଶେଷ ହେବା ପରେ ଏପ୍ରିଲ କିମ୍ବା ମେ’ ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଉଚ୍ଚଶିକ୍ଷା ସଚିବ କହିଛନ୍ତି, କରୋନା ପାଇଁ ୯ ମାସ ହେଲାଣି କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ ଛାତ୍ରୀଛାତ୍ର କଲେଜରେ କ୍ଲାସ କରିବେ। ଖୁବ୍‌ଶୀଘ୍ର ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ଘୁଞ୍ଚତ୍ବ। ଅନଲାଇନ୍‌ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍‌ ହାର ବଢ଼ିବା ଆଶଙ୍କା ରହିଛି। ତେଣୁ କ୍ଲାସରେ ୭୦ରୁ ୮୦ ଦିନ ପାଠପଢା ପରେ ପରୀକ୍ଷା କରାଯିବ। ଯଦି କଲେଜ ଖୋଲିବାରେ ବିଳମ୍ବ ହେବ, ତା’ହେଲେ ସିଲାବସ୍‌ ହ୍ରାସ କରିବା କଥା ଚିନ୍ତା କରାଯାଇପାରେ ବୋଲି ମିଶ୍ର କହିଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଗତ ଜୁଲାଇ-ଅଗଷ୍ଟରେ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କର ଅଫ୍‌ଲାଇନ କ୍ଲାସ ସରିଯାଇଥିଲା। ତେଣୁ ସେମାନଙ୍କୁ ପରୀକ୍ଷା ନିମନ୍ତେ ଅନୁମତି ଦିଆଯାଇଛି। ଏହାବ୍ୟତୀତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ମୁକ୍ତ ବିଶ୍ୱଦ୍ୟାଳୟରେ ଫିଜିକାଲ କ୍ଲାସ କରାଯାଇ ନ ଥାଏ। ସପ୍ତାହକୁ ଥରେ ପିଲାମାନେ ସନ୍ଦେହ ଦୂର କରିବାକୁ ଆସିଥାନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ମାତ୍ର ଯେଉଁ ଛାତ୍ରୀଛାତ୍ର ୟୁଜି ଓ ପିଜିରେ ଆଡ୍‌ମିଶନ କରିଛନ୍ତି, ସେମାନଙ୍କ ଅନ୍‌ଲାଇନ କ୍ଲାସ ଚାଲିବ। ସବୁ ପିଲା ଅନ୍‌ଲାଇନ୍‌ରେ କ୍ଲାସ କରୁ ନ ଥିବାରୁ ଏବେ ପରୀକ୍ଷା କଲେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। କ୍ଲାସ୍‌ରୁମ୍‌ ଶିକ୍ଷାଦାନ ପରେ ହିଁ ସେମାନଙ୍କର ପରୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି। ସ୍କୁଲ୍‌ ଓ କଲେଜ ଖୋଲିବା ପୂର୍ବରୁ କ୍ୟାମ୍ପସ୍‌ ଓ କ୍ଲାସ୍‌ରୁମ୍‌ ପରିସରକୁ ସ୍ବଚ୍ଛ ଓ ସଫାସୁତୁରା ରଖିବାକୁ ପ୍ରତି ସ୍କୁଲ୍‌ର ପ୍ରଧାନଶିକ୍ଷକ ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri