ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ସରକାର

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ମଜୁରୀ ବଢ଼ାଇଛନ୍ତି। ଏହି ମଜୁରୀ ୧୨ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି।

ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ରୁ ୪୩୫ଟଙ୍କାକୁ ବୃଦ୍ଧି ପାଇଛି। ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ୪୮୩ରୁ ୪୯୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।