ରବିବାର ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟି ବାତିଲ କରିଛନ୍ତି। ସମସ୍ତ ଅଧିକାରୀ ହେର୍ଡ କ୍ୱାର୍ଟର ନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ସରକାର।

ଏଥିସହିତ ଯେଉଁମାନେ ଛୁଟିରେ ଅଛନ୍ତି,ସେମାନେ ଛୁଟି ବାତିଲ କରି ଫେରି ଆସିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର।