ବାତ୍ୟା ମୁକାବିଲା ନେଇ ଜରୁରୀ ବୈଠକ ଡାକିଲେ ସରକାର

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଜରୁରୀ ବୈଠକ ଡାକିଲେ ରାଜ୍ୟ ସରକାର। ମଙ୍ଗଳବାର ଅପରାହ୍ନ ୪ଟାରେ ଏସ୍‌ଆରସିଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ସମ୍ଭାବ୍ୟ ବାତ୍ୟା କିଭଳି ମୁକାବିଲା କରାଯିବ ସେନେଇ ବୈଠକରେ ଆଲୋଚନା କରାଯିବ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି।