ବିକଳ୍ପ ବ୍ୟବସ୍ଥା ଆପଣେଇଲେ ସରକାର

ରସୁଲପୁର,୧୨ା୧୨(ଡି.ଏନ.ଏ.): ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ନଭେମ୍ବର ୨୧ରୁ ଆନ୍ଦୋଳନ ଆରମ୍ଭ ହୋଇ ୨୧ଦିନରେ ପହଞ୍ଚତ୍ଲାଣି। ଫଳରେ ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଘରକୁ ରାଶନ ସାମଗ୍ରୀ ଯୋଗାଇବା କାର୍ଯ୍ୟ ଠପ୍‌ ହୋଇଯାଇଛି। ରସୁଲପୁର ବ୍ଲକର ୨୬୬ଟି କେନ୍ଦ୍ରରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ହେଲେ ସ୍ଥିତିରେ ସୁଧାର ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ବାହାର କରିଛନ୍ତି। ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ସୁପରଭାଇଜରଙ୍କ ଜରିଆରେ ହିତାଧିକାରୀଙ୍କ ଠିକଣା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ପରେ ଗର୍ଭବତୀ, ପ୍ରସୂତି ଓ ୭ମାସରୁ ଅଧିକ ଏବଂ ୩ବର୍ଷରୁ କମ୍‌ ଛୁଆଙ୍କ ଘରକୁ ରାଶନ ସାମଗ୍ରୀ ଭାବରେ ଛତୁଆ, ବାଦାମ ଲଡୁ, ସୁଜି ଆଦି ସାମଗ୍ରୀ ଦିଆଯାଇଛି। ମିଶନଶକ୍ତି ମହିଳାମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ସେମାନେ ଅଣ୍ଡା ବାଣ୍ଟିବାକୁ ରାଜି ହେଉନାହାନ୍ତି। ଅଣ୍ଡାକୁ ନିଜସ୍ବ ଖର୍ଚ୍ଚରେ ଦେବାକୁ କୁହାଯାଉଛି। ଏହି ଅର୍ଥ ପରେ ଭରଣା କରିବେ ବୋଲି ସରକାର କହୁଛନ୍ତି। ଏଥିରେ ପ୍ରକଳ୍ପ ଅଧିକାରୀ ଓ ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜିକା ରାଜି ହେଉନାହାନ୍ତି। ପରିଣାମ ସ୍ବରୂପ ଅଣ୍ଡା ବଣ୍ଟନ କରାଯାଇ ପାରୁନାହିଁ। ରିପୋର୍ଟ ପ୍ରଦାନ ବେଳେ ଅଧିକାରୀ ଅଣ୍ଡା ବଣ୍ଟନ ସ୍ଥାନରେ ଶୂନ୍ୟ ଲେଖି ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।
ତେଣେ ଅଙ୍ଗନୱାଡି ସଂଘକୁ ଦୁଇ ଭାଗ ହୋଇଛି। ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ସର୍ବଭାରତୀୟସ୍ତରର ସଂଗଠନ ଭାରତୀୟ ମଜୁଦର ସଂଘରେ ସାମିଲ ଥିବା କର୍ମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ବ୍ଲକରେ ଭାରତୀୟ ମଜଦୁର ସଂଘକୁ ଛାଡିଦେଲେ ଅନ୍ୟ ସଂଘର ସକ୍ରିୟ କର୍ମୀ ନାହାନ୍ତି। ଫଳରେ ଏହି ବ୍ଲକର ସବୁ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପଡିଛି। ଯାଜପୁର ଜିଲାରେ ୧୦ ବ୍ଲକ ଓ ୨ଟି ପୌରପରିଷଦ ରହିଛି। ସବୁ ବ୍ଲକରେ ଶୁଖିଲା ରାଶନ ଘରେ ପହଞ୍ଚାଯାଇଛି। ରସୁଲପୁର ଓ ସୁକିନ୍ଦା ବ୍ଲକ ପଛରେ ପଡିଯାଇଛି ବୋଲି ସୂଚନା ମିଳିଛି। ଜିଲା ଅଧିକାରୀଙ୍କ ଚାପରେ ବ୍ଲକରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ମିଶନଶକ୍ତି ସଦସ୍ୟାଙ୍କ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଛତୁଆ, ହାଲୁଆ, ବାଦାମଲଡୁ ପ୍ୟାକେଟ ଆଦି ଘରେ ପହଞ୍ଚାଯାଉଛି। ବ୍ଲକ ଅଧୀନ ପ୍ରଥମାଖଣ୍ଡି ଓ ରାଜେନ୍ଦ୍ରପୁର ପଞ୍ଚାୟତରେ ଗୁରୁବାରଠାରୁ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଅଧିକାରୀ ସତ୍ୟଭାମା ସାହୁଙ୍କ ସୂତ୍ରରୁ ଜଣାପଡିଛି। ଏହାକୁ ନେଇ ଅଙ୍ଗନୱାଡି କର୍ମୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କାହାରି କାର୍ଯ୍ୟକୁ ବିରୋଧ କରୁନାହାନ୍ତି। ତେବେ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ନିର୍ଭର ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ଓହରିବେ ନାହଁି ବୋଲି ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିବା ବ୍ଲକ ସଂଘ ସଭାପତି ଦୀପ୍ତିମୟୀ ସାହୁ ପ୍ରକାଶ କରିଛନ୍ତି। ଅଧିକାରୀ ସାହୁଙ୍କ ମତରେ ଘରକୁ ସାମଗ୍ରୀ ଯୋଗାଇବାରେ ରସୁଲପୁର ବ୍ଲକରେ ବିଳମ୍ବ ହେବାରୁ ଜିଲାରୁ ତାଙ୍କ ଉପରେ ଚାପ ପଡ଼ିଲା। ସେ ଚଳିତ ମାସ ୯ତାରିଖରୁ ରାଶନ ବାଣ୍ଟିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଆସନ୍ତା ଦିନରେ ସବୁ ପଞ୍ଚାୟତରେ ହିତାଧିକାରୀଙ୍କ ଘରେ ରାସନ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri