Categories: ଖେଳ

ଖୁସି ଖବର: ରାହୁଲ ଦ୍ରାଭିଡଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୫: ଭାରତୀୟ କ୍ରିକେଟ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ଖେଳାଳି ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଦଳର କୋଚ ହେବାର ସମ୍ଭାବନା ରହିଛି। ଜୁଲାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟଏବଂ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଶୀର୍ଷ ଖେଳାଳି ବିନା ଜୁଲାଇରେ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ବଡ ଖେଳାଳି ଏହି ଗସ୍ତର ଅଂଶ ହେବେ ନାହିଁ, କାରଣ ସେମାନେ ଏହି ସମୟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେବେ।
ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ବଡ ଖେଳାଳିଙ୍କ ସହ କୋଚ ରବି ଶାସ୍ତ୍ରୀ ମଧ୍ୟ ଏହି ଗସ୍ତରେ ଯିବେ ନାହିଁ। ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଦଳର କୋଚ ହେବାର ସମ୍ଭାବନା ରହିଛି। ଯଦିଓ ଏହାର କୌଣସି ନିଶ୍ଚିତତା ନାହିଁ, କିନ୍ତୁ ଆଶା କରାଯାଉଛି ଯେ ଦ୍ରାଭିଡ ଟିମ୍‌ ସହ ଏହି ଗସ୍ତରେ ଯାଇପାରନ୍ତି।

ରାହୁଲ ଦ୍ରାବିଡ ଅଣ୍ଡର -୧୯ଏବଂ ଏ ଦଳର ଅଧିନାୟକତ୍ୱ କରିଛନ୍ତି। ଏପରି ପରିସ୍ଥିତିରେ ଏହା ସେମାନଙ୍କ ପାଇଁ ନୂଆ ହେବ ନାହିଁ। ଦ୍ରାବିଡଙ୍କ କୋଚିଂରେ ରିଷଭ ପନ୍ତ ଏବଂ ପୃଥ୍ବୀ ଶ’ଙ୍କ ଭଳି ଖେଳାଳି ପ୍ରସ୍ତୁତ ହୋଇସାରିଛନ୍ତି। ରାହୁଲ ଦ୍ରାବିଡ ଗତ କିଛି ବର୍ଷ ଧରି ବରିଷ୍ଠ ଦଳକୁ ନୂତନ ପ୍ରତିଭା ପ୍ରଦାନ କରିଆସୁଛନ୍ତି। ଶିଖର ଧାୱନ, ପୃଥ୍ବୀ ଶ’, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ନବଦୀପ ସାଇନି, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବଙ୍କ ଭଳି ଖେଳାଳିମାନେ ଶ୍ରୀଲଙ୍କା ଗସ୍ତରେ ଉପଲବ୍ଧ ହେବେ। ଏଭଳି ପରିସ୍ଥିତିରେ ଅନେକ କ୍ରିକେଟରଙ୍କୁ ଭାରତୀୟ ଚୟନକାରୀଙ୍କ ଆଖିରେ ଆସିବାର ସୁଯୋଗ ମିଳିବ।

ବିରାଟ କୋହଲିଙ୍କ ବିନା ଭାରତୀୟ ଦଳ ଜୁଲାଇ ୧ରେ ଶ୍ରୀଲଙ୍କାରେ ପହଞ୍ଚିବ। ସେଠାରେ ଦଳ ୩ଟି ଏକଦିବସୀୟ ଖେଳାଯିବ। ପ୍ରଥମ ମ୍ୟାଚ ଜୁଲାଇ ୧୩ରେ, ଦ୍ୱିତୀୟଟି ଜୁଲାଇ ୧୬ରେ ଏବଂ ତୃତୀୟ ମ୍ୟାଚ ଜୁଲାଇ ୧୯ରେ ଖେଳାଯିବ। ଏହା ପରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଟି -୨୦ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୨୨ରେ, ଦ୍ୱିତୀୟ ମ୍ୟାଚ ଜୁଲାଇ ୨୪ରେ ଏବଂ ତୃତୀୟ ମ୍ୟାଚ ଜୁଲାଇ ୨୭ରେ ଖେଳାଯିବ। କଲମ୍ବୋର ପ୍ରେମାଡାସା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ।

Share