ରୌପ୍ୟ ଅଳଙ୍କାରରେ ଆଭୂଷିତ ହେବେ ଦେବଦେବୀ

ସମ୍ବଲପୁର,୩୦ା୯(ବ୍ୟୁରୋ): ହାଟପଡ଼ା ସାର୍ବଜନୀନ ଦୁର୍ଗାପୂଜା ବହୁ ପୁରାତନ। ସମ୍ବଲପୁର ସହର ବଡ଼ସଡ଼କରୁ ବଡ଼ବଜାରରେ ସୀମିତ ଥିବା ସମୟରୁ ହାଟପଡ଼ାଠାରେ କଳସପୂଜାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁର୍ଗାଙ୍କ ଫଟୋଚିତ୍ର ପୂଜା ପାଉଥିବା ବେଳେ ସମ୍ପ୍ରତି ଏହା ଆକର୍ଷଣୀୟ ମେଢ଼ରେ ପରିବର୍ତ୍ତିତ ହୋଇଛି। ଚଳିତବର୍ଷ ୪୦ କେଜି ରୌପ୍ୟ ଅଳଙ୍କାରରେ ଦେବୀ ଦଶଭୁଜା ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବୀଦେବ ଆଭୂଷିତ ହେବେ। ଅସ୍ତ୍ରଶସ୍ତ୍ର ମଧ୍ୟ ରୌପ୍ୟରେ ନିର୍ମିତ ହୋଇଛି। ସଂପ୍ରତି ଦେଶରେ ବନ୍ୟପ୍ରାଣୀ ଲୋପ ପାଇବାରେ ଲାଗିଛି। ଜଙ୍ଗଲ ସୁରକ୍ଷା ଓ ବଣ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା କମିଟି ୧୬ଫୁଟ୍‌ ଉଚ୍ଚତାର କିଙ୍ଗକଙ୍ଗ (ସିମ୍ପାଞ୍ଜି) ମେଢ଼ ନିର୍ମାଣ କରୁଛି। ସମ୍ବଲପୁର ମହାନଗର ନିଗମର କାନିଜୁରି ଶିଳ୍ପୀ ଚଏତୁ କନ୍ଧଙ୍କ ତତ୍ତ୍ବାବଧାନରେ ୮ଜଣ କାରିଗର ସଚେତନତା ମେଢ଼ ତିଆରି କରୁଛନ୍ତି। ଏଥିସହ ମୁଖ୍ୟଦ୍ୱାରରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ସବୁଜ ବନାନୀ, ପାହାଡ଼, ଝରଣା ଓ ବଣ୍ୟପ୍ରାଣୀରେ ସଜ୍ଜିତ କରାଯାଉଛି। ମୂର୍ତ୍ତି କାରିଗର ମୋହନ ରଣା ଓ ଦେବାନନ୍ଦ ରଣା ୮ଫୁଟ୍‌ ଉଚ୍ଚତାର ଦଶଭୁଜା ଦୁର୍ଗା ଓ ପାର୍ଶ୍ୱ ଦେବୀଦେବ ତିଆରି କରୁଛନ୍ତି। କମିଟି ସଭାପତି ଦୀପକ ବରାଳ ସୂଚନା ଦେଇ କହିଛନ୍ତି, ଚଳିତବର୍ଷ ୯ରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ସ୍ଥିର ହୋଇଛି। ୩ଶହ ସଭ୍ୟ ସାମର୍ଥ୍ୟ ଅନୁସାରେ ପୂଜା କମିଟିକୁ ଅର୍ଥଦାନ କରିଛନ୍ତି। ୩ଦିନ ଧରି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେବ। ଦଶମୀ ଦିନ ୨ହଜାର ଭକ୍ତଙ୍କ ପାଇଁ ମହାଭୋଗ ପ୍ରସ୍ତୁତ କରାଯିବ। ସାଧାରଣ ସମ୍ପାଦକ ସୋମନାଥ ସେଠ କହିଛନ୍ତି ଯେ, ଭଷାଣୀ ଶୋଭାଯାତ୍ରାରେ ମୟୂରଭଞ୍ଜର କଳସ ନାଚ, ସୁନ୍ଦରଗଡ଼ର ମହିଳା ସମ୍ପ୍ରଦା, ସୋନପୁର ଜିଲା ଭଣ୍ଡାର ଗ୍ରାମର ଘଣ୍ଟବାଦ୍ୟ, ଗଞ୍ଜାମ ଜିଲାର ଯୋଡ଼ି ଶଙ୍ଖ, ରାୟଗଡ଼ାର ଝାଞ୍ଜ, କୁଚିଣ୍ଡାର ବାଡ଼ିନାଚ, ବଙ୍ଗାଳି ଢ଼ାକି ବାଜା, ସମ୍ବଲପୁରର ଦୁଲଦୁଲି ଓ ଡିଜେ ସାମିଲ ହେବ। ଦୁର୍ଗାପୂଜା ଲାଗି କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରି, ଆଖଡ଼ା ଓସ୍ତାଦ ପ୍ରଶାନ୍ତ ସେଠ, ଉପଦେଷ୍ଟା ଦିଲୀପ କୁମାର ସାହୁ, ଦୁର୍ଗା ପରଡିଆ, ଗୋବିନ୍ଦ ସାଙ୍କ ସମେତ ୩ଶହ ସଭ୍ୟ ପ୍ରସ୍ତୁତିରେ ଲାଗିଛନ୍ତି। ପଡ଼ାର କାରିଗର ସତ୍ୟଜିତ ନାଏକ, ରାକେଶ ବର୍ଗେ ଓ ସୁନିଲ ବାଗ ଦେବୀଙ୍କ ପରଭା ନିର୍ମାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri