ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା

କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା ଶ୍ରୀଜୀଉଙ୍କ ବିଶେଷତ୍ୱ ଭିନ୍ନ। ଏଠାରେ ଦେବୀ ସୁୁଭଦ୍ରା ହେଉଛନ୍ତି ରକ୍ତବର୍ଣ୍ଣା। ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱରେ ସବୁଠି ଦେବୀ ସୁଭଦ୍ରାଙ୍କ ବର୍ଣ୍ଣ ହଳଦିଆ ଥିବା ବେଳେ ଏଠାରେ ଲାଲ ଅର୍ଥାତ୍‌ ରକ୍ତବର୍ଣ୍ଣା। ତେବେ ଆଗରୁ ତନ୍ତ୍ର ଦ୍ୱାରା ପୂଜାର୍ଚ୍ଚନା କରାଯାଉଥିଲା। ଏଣୁ ଏହି ତନ୍ତ୍ର ପ୍ରଭାବରେ ଦେବୀ ସୁଭଦ୍ରାଙ୍କ ବର୍ଣ୍ଣ ରକ୍ତବର୍ଣ୍ଣ ବା ଲାଲ୍‌ ହୋଇଯାଇଛି ବୋଲି କୁହାଯାଏ।
ଐତିହ୍ୟସମ୍ପନ୍ନ ଶ୍ରୀଶ୍ରୀବଳଦେବଜୀଉଙ୍କ ମନ୍ଦିରର ଉଚ୍ଚତା ୯୦ ହାତ ହୋଇଥିବା ବେଳେ ରଥର ଉଚ୍ଚତା ୭୨ ଫୁଟରୁ ଅଧିକ। ଏହି ପ୍ରସ୍ତର ନିର୍ମିତ ମନ୍ଦିରରେ ଭରି ରହିଛି ବହୁ କାରୁକାର୍ଯ୍ୟ। ଚାରିପାଖରେ ରହିଛନ୍ତି ପାର୍ଶ୍ୱ ଦେବଦେବୀ ଓ ମନ୍ଦିର ପରିସର ଚାରିପାଖରେ ରହିଛି ମେଘନାଦ ପାଚେରୀ। ଏଠାରେ ନିର୍ମିତ ରଥ ପୁରୀ ରଥଠାରୁ ଉଚ୍ଚ ବୋଲି କୁହାଯାଏ। ଆଗରୁ ଏହାର ଉଚ୍ଚତା ୭୪ ଫୁଟରୁ ଅଧିକ ରହୁଥିବା ବେଳେ କାଠର ଅଭାବ ଯୋଗୁ ଉଚ୍ଚତା ହ୍ରାସ କରାଯାଉଛି। ମହାରାଜ ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ସ୍ବପ୍ନାଦେଶ କ୍ରମେ ଶ୍ରୀବଳଦେବ ଜୀଉଙ୍କ ଆନନ୍ଦପୁର ଉପଖଣ୍ଡ ବଂଚୋ ନିକଟରେ ବୈତରଣୀ ନଦୀକୂଳରୁ ବାଲି ତଳୁ ପାଇ ଏଠାରେ ସ୍ଥାପନ କରିଥିଲେ। ପୂର୍ବରୁ ମନ୍ଦିର ନିର୍ମାଣ ପରେ ତନ୍ତ୍ରଦ୍ୱାରା ପୂଜାର୍ଚ୍ଚନା କରାଯାଇ ସୁଦର୍ଶନ ଚକ୍ରଙ୍କୁ ମନ୍ଦିର ଉପରକୁ ଉଠାଇଯାଇଥିବା କୁହାଯାଏ। ଏହି ମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ପୁରୀ ଶ୍ରୀମନ୍ଦିର ଭଳି ସମ୍ପନ୍ନ କରାଯାଇଆସୁଥିବା ବେଳେ ଭଜା ଖିଚୁଡି, ଖିରିକାକରା, ମନୋହରୀ ତାଟ ଆଦି ଭୋଗ ଲାଗିଥାଏ। ଏଠାରେ ଚନ୍ଦନଯାତ୍ରା, ରଥଯାତ୍ରା, ଦୋଳଯାତ୍ରା ଆଦି ପାଳନ କରାଯାଇଥାଏ। ଏଠାରେ ଭଗବାନ୍‌ ସୁଦର୍ଶନଙ୍କୁ ପୂଜା କରାଯାଇଥାଏ। ରଥଯାତ୍ରା ସମୟରେ ଭଗବାନ୍‌ ସୁଦର୍ଶନଙ୍କୁ ପ୍ରଥମେ ରଥାରୂଢ଼ କରାଯିବା ପରେ ଅନ୍ୟ ଠାକୁରମାନଙ୍କୁ ଧାଡ଼ି ପହଣ୍ଡିରେ ଆଣି ରଥ ଚାରିପାଖ ବୁଲାଇ ରଥାରୂଢ଼ କରାଯାଇଥାଏ।
ପୁରୀରେ ନିମ କାଠରେ ଶ୍ରୀଜୀଉଙ୍କ ନବ କଳେବର କରାଯାଇଥାଏ। ଯେହେତୁ ଏଠାରେ ଶ୍ରୀଜୀଉଙ୍କୁ ସ୍ଥାପନା କରାଯାଇଛି, ଏଣୁ ରେକର୍ଡ ଅଫ୍‌ ରାଇଟ୍ସରେ ନବକଳେବର କରିବା ନେଇ କାୈଣସି ବ୍ୟବସ୍ଥା ନ ଥିବାରୁ ଏଠାରେ ଶ୍ରୀଜୀଉଙ୍କ ନବକଳେବର ହୋଇ ପାରୁନାହିଁ। ତେବେ ଏହାକୁ ସ୍ନାନପୂର୍ଣ୍ଣିମା ପରେ ନବଯୌବନ ଦର୍ଶନ ବେଳେ ଶ୍ରୀଜୀଉମାନଙ୍କ ଅବୟବରୁ ରଙ୍ଗ ଛଡ଼ାଯାଇ ଏକ ସ୍ବତନ୍ତ୍ର କନା ଗୁଡ଼ାଇ ତା’ ଉପରେ ଏକ ସ୍ବତନ୍ତ୍ର ଲେପ ଦିଆଯାଇଥାଏ ଏବଂ ଚିତ୍ରକାରଙ୍କ ରଙ୍ଗତୂଳୀ ସ୍ପର୍ଶରେ ଶ୍ରୀଜୀଉମାନେ ଜୀବନ୍ତ ହୋଇ ଉଠନ୍ତି।
ବାହୁଡ଼ା ଯାତ୍ରା ପରଦିନ ଏଠାରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉମାନଙ୍କୁ ମୋତି, ମଣିମାଣିକ୍ୟ ଖଚିତ ସୁନାଗହଣାରେ ବେଶ କରାଯାଇଥାଏ, ଯାହାକୁ ଦେଖିବାକୁ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ।
– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri