କୁନି ବୈଜ୍ଞାନିକ ଖୋଜିବା ଲକ୍ଷ୍ୟ: ୭ ପ୍ରକଳ୍ପ ମନୋନିତ

ଦାରିଙ୍ଗବାଡି,୨୩।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ କୁନି ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ବିଇଓ ମହେଶ୍ୱର ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଆରସିସି ତଥା ଏବିଇଓ ଗୋକୁଳାନନ୍ଦ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ତାର ଆବଶ୍ୟକତା, ଜଳବାୟୁର ପରିବର୍ତ୍ତନ, ଜଳ ସଂରକ୍ଷଣ ଆବଶ୍ୟକତା ଆଦି ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମକୁ ଦନେକବାଡି ସିଆରସିସି ରମାକାନ୍ତ ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୋଟ ୬୨ଟି ପ୍ରକଳ୍ପ ନେଇ ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରେ ୬ଟି ପ୍ରକଳ୍ପକୁ ଜିଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ମନୋନିତ କରାଯାଇଛି । ଏହି ୭ଟି ପ୍ରକଳ୍ପ ମଧ୍ୟରେ ଆଧୁନିକ କୃଷି ଯନ୍ତ୍ରପାତି ପାଇଁ ପେନାପୁସୀ ବିଦ୍ୟାଳୟର ସପ୍ତମ ଛାତ୍ର ଗୁଲସନ କୁମାର,ବାୟୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣି ଛାତ୍ର ସତ୍ୟବ୍ରତ ନାୟକ, ସବୁଜ ଶକ୍ତି କେନ୍ଦ୍ର ପାଇଁ ଦାସିଙ୍ଗବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମଛାତ୍ର ସ୍ମୃତି ରଞ୍ଜନ ମନ୍ତ୍ରୀ, ଟ୍ରାକ ମନିଟରି କଲ ଅଲର୍ଟ ସିଷ୍ଟମ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁ, ଇଣ୍ଟିଜେର ବୋର୍ଡ ପାଇଁ ପେନାପୁସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମର ଅନୁପ ପ୍ରଧାନ,ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଛାତ୍ରୀ ପ୍ରଜ୍ଞା ପରମିତା ପାତ୍ର, ଏବଂ କୁହୁଡିରୁ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ସୋନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀଛାତ୍ରୀ ଶିବାନୀ ଦଣ୍ଡସେନା ମନୋନୀତ ହୋଇଛନ୍ତି। ସମସ୍ତ କୃତି ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି ମେଳାର ଜୁରି ସଦସ୍ୟ ଭାବେ ଲଣ୍ଡାଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ବେହେରା ଏବଂ ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ ସରକାରୀ ଉଚ୍ଚ ବିଦ୍ୟାକୟର ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀ ଦାୟିତ୍ୱ ସମ୍ପାଦନା କରି ଛାତ୍ରୀଛାତ୍ରଙ୍କୁ ମନୋନିତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ସିଆରସିସି ତଥା ସହ ବଳଭଦ୍ର ମଲ୍ଲିକ, ତାପସ ନାୟକ, ଜୟଦେବ ସାହୁ, ଚିତ୍ତ ରଞ୍ଜନ ଶତପଥି, ଦଣ୍ଡପାଣି ରଥ, ଶିବଶଙ୍କର ସାହୁ, ନିହାର ରଞ୍ଜନ ସାହୁ, ରବୀନ୍ଦ୍ର ନାୟ ଅନତସି ମଲ୍ଲିକ, ପ୍ରସନ୍ନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ଦାରିଙ୍ଗବାଡିରେ ହିନ୍ଦୁ ସମ୍ମିଳନୀ: ହନୁମାନ ଚାଳିଶାରେ ପ୍ରକମ୍ପିତ ଅଞ୍ଚଳ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଛି। ଏହି ଅବସରରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri