୨୦୨୫ ସୁଦ୍ଧା ରାଜ୍ୟରୁ ଯକ୍ଷ୍ମା ନିର୍ମୂଳ କରିବା ଲକ୍ଷ୍ୟ

ଭୁବନେଶ୍ୱର, ୨୪।୩ (ବ୍ୟୁରୋ): ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜାରି ରହିଛି। ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ ନିର୍ମୂଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲାରେ ‘ଟିବି ଫୋରମ୍‌’ ଗଠନ କରାଯାଇଛି। ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ ଚିହ୍ନଟ କରି ସେମାନଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରାଯାଉଛି। ଧୀରେ ଧୀରେ ଚିକିତ୍ସା ସଫଳତା ହାର ମଧ୍ୟ ବଢ଼ିଚାଲିଛି।

୨୦୧୬ରେ ରାଜ୍ୟରେ ମୋଟ ୫୧,୪୩୪ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର ଥିଲା ୭୧.୪%। ୨୦୨୧ରେ ମୋଟ ୫୨,୩୪୬ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର ୮୮.୫%ରେ ପହଞ୍ଚତ୍ଛି। ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଟିଇପି) ଅଧୀନରେ ଚିହ୍ନଟ ଓ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ‘ସିଧାସଳଖ ପ୍ରାପ୍ୟ ହସ୍ତାନ୍ତରଣ’ ପ୍ରକ୍ରିୟା ଅଧୀନରେ ‘ନିକ୍ଷୟ ପୋଷଣ ଯୋଜନା’ରେ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ପୁଷ୍ଟିକର ଖାଦ୍ୟ ପାଇଁ ରୋଗୀର ଚିକିତ୍ସା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ ୫୦୦ ଟଙ୍କା ମଧ୍ୟ ଦିଆଯାଉଛି। ‘ଡ୍ରଗ୍‌ ସେନ୍‌ସିଟିଭ୍‌ ଟିବି’ ରୋଗୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ପରେ ଚିକିତ୍ସା ସହାୟକଙ୍କୁ ୧ହଜାର ଏବଂ ‘ଡ୍ରଗ୍‌ ରେଜିଷ୍ଟାନ୍ସ ଟିବି’ ରୋଗୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ପରେ ୫ହଜାର ଟଙ୍କା ପ୍ରଦାନ କରାଯାଉଛି। ଜନଜାତି ଓ ଦୁର୍ଗମ ଅଞ୍ଚଳରେ ଚିକିତ୍ସାଧୀନ ପ୍ରତି ରୋଗୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଏକକାଳୀନ ୭୫୦ ଟଙ୍କା ପ୍ରଦାନ କରାଯାଉଛି। ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ ପାଇଁ ଆଶାକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ଭାରତ ସରକାରଙ୍କ ପେସେଣ୍ଟ ପ୍ରୋଭାଇଡର ସପୋର୍ଟ ଏଜେନ୍ସି(ପିପିଏସ୍‌ଏ) କାର୍ଯ୍ୟକ୍ରମ ଅଧୀନରେ ୬ଟି ଜିଲା ଯଥା ଖୋର୍ଦ୍ଧା(ଭୁବନେଶ୍ୱରକୁ ମିଶାଇ), କଟକ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଏନ୍‌ଜିଓମାନେ କାର୍ଯ୍ୟ କରୁଛନ୍ତି।

ଏଥିସହ ଟିବି ପ୍ରିଭେଣ୍ଟିଭ ଥେରାପି(ଟିପିଟି) ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭାବେ ଚିହ୍ନିତ ଛାତି ଯକ୍ଷ୍ମାରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
୨୪ ତାରିଖ ଯକ୍ଷ୍ମା ଦିବସରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜନସ୍ବାସ୍ଥ୍ୟ ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ(ଟିବି) ଡା. ପ୍ରଶାନ୍ତ କୁମାର ହୋତା, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀ, ଯୁଗ୍ମ ନିର୍ଦ୍ଦେଶକ(ଟିବି) ଅର୍ଘ୍ୟ ପ୍ରଧାନ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri