୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭବାନୀପାଟଣା,୯ା୧୦ (ଉତ୍ତମ କୁମାର ଦାଶ): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବର ଶଙ୍ଖ ଭବନଠାରେ ଆୟୋଜିତ ସଭାରେ ନବୀନ ପଟ୍ଟନାୟକ ଯୋଗଦେଇ ବିଜେଡିର ପ୍ରଥମ ସଦସ୍ୟତା ନେବା ସହ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଭବାନୀପାଟଣା ଟାଉନ ହଲଠାରେ କଳାହାଣ୍ଡି ବିଜେଡି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। କଳାହାଣ୍ଡି ଜିଲାର ୫ ବିଧାନସଭା କ୍ଷେତ୍ରରେ ୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲା କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ, ସମବାୟ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲା ପରିଷଦ ଉପାଧ୍ୟକ୍ଷ ସୁଧିର ମେହେର, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ବରିଷ୍ଠ ବିଜେଡ଼ି ନେତା ଭବାନୀ ଶଙ୍କର ମିଶ୍ର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲା ମହିଳା ସଭାନେତ୍ରୀ ଲଳିତା ନାଏକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri