ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧

ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଦିଆଯିବ ଉଚ୍ଚମାନର ପ୍ରଶିକ୍ଷଣ। ରାଜ୍ୟ ତଥା ଜାତୀୟସ୍ତରରେ ସେମାନେ ଯେଭଳି ନିଜର ଦକ୍ଷତା ଦେଖାଇପାରିବେ ସେଥିଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଏଥିଲାଗି ଶୁକ୍ରବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଟାଟାଷ୍ଟିଲ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ଉଦ୍‌ଘାଟିତ ହୋଇଛି ଉଚ୍ଚମାନର ପ୍ରଶିକ୍ଷଣ କେନ୍ଦ୍ର। ଜିଲାରେ ହକିର ହୃତଗୌରବ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ସବୁ ମହଲରେ ସ୍ବାଗତ କରାଯାଇଥିବାବେଳେ ତାଲିମ ପାଇଁ ଖୁବ୍‌ଶୀଘ୍ର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବାକୁ କ୍ରୀଡ଼ାବିତ୍‌ ଏବଂ ପ୍ରଶିକ୍ଷକମାନେ ଦାବି କରିଛନ୍ତି।
ରାଜ୍ୟର କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି ଢେଙ୍କାନାଳ। ପଶ୍ଚିମ ଓଡ଼ିଶା ଭଳି ଏଠାକାର ଅନେକ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକିକୁ ନେଇ ରହିଛି ଦୁର୍ବଳତା। ଜିଲାର ବହୁ କ୍ରୀଡ଼ାବିତ୍‌ ନିଜ ପ୍ରତିଭାର ପରିଚୟ ମଧ୍ୟ ଦେଇସାରିଛନ୍ତି। ତେବେ ସମସ୍ତ ସୁବିଧା ଥିବା ସତ୍ତ୍ୱେ ଇଚ୍ଛା ଶକ୍ତି ଏବଂ ପ୍ରଶିକ୍ଷଣ ଅଭାବ ଯୋଗୁ ଢେଙ୍କାନାଳରେ ହକି ଖେଳ ଧିମେଇ ଯାଇଥିଲା। ଏହାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇବାକୁ ଆଞ୍ଚଳିକସ୍ତରରେ ଅଣ୍ଟାଭିଡ଼ିଲେ କେତେଜଣ କ୍ରୀଡ଼ାପ୍ରେମୀ। ପୂର୍ବତନ ଖେଳାଳି ସାଇ ପ୍ରସାଦ ଦଳେଇ ଏବଂ ବାବୁଲ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଛିବର୍ଷ ହେଲା ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସେମାନଙ୍କ ଉଦ୍ୟମରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଦୈନିକ ୪୦ ଝିଅ ଏବଂ ୬୦ ପୁଅଙ୍କୁ ତାଲିମ ଦେଉଛନ୍ତି। ତେବେ ସରକାରୀସ୍ତରରେ ପ୍ରୋତ୍ସାହନର ଅଭାବ ଯୋଗୁ ହକି ପରିସର ସଙ୍କୁଚିତ ହୋଇପଡ଼ିଥିଲା। ଜିଲାରେ ଏହି କ୍ରୀଡ଼ାର ନବକଳେବର କରିବା ଏବଂ ନୂତନ ପ୍ରତିଭା ଚିହ୍ନଟ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବାବେଳେ ସରକାର ନିବେଦନ ଶୁଣିଛନ୍ତି। ଶୁକ୍ରବାର ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଟାଟାଷ୍ଟିଲ ଦ୍ୱାରା ଗଠିତ ନାଭାଲ ଟାଟା ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରୁ ଭର୍ଚୁଆଲ ମାଧ୍ୟମରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ସଚିବ ବିଶାଳ କୁମାର ଦେବ, ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କୀ, ଟାଟାଷ୍ଟିଲ କର୍ପୋରେଟ ସର୍ଭିସ୍‌ ଉପସଭାପତି ଚାଣକ୍ୟ ଚୌଧୁରୀ, ହକି ଆସ୍‌ ଫାଉଣ୍ଡେଶନ ଚେୟାରମ୍ୟାନ ଗୌତମ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କେନ୍ଦ୍ର ନବପ୍ରତିଭା ସୃଷ୍ଟି କରିବାରେ ସହାୟକ ହେବ। ଜିଲାର କ୍ରୀଡ଼ାବିତ୍‌ ଜାତୀୟସ୍ତରରେ ପହଞ୍ଚତ୍ପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ପ୍ରଶାସନିକ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ର, ସୀତାଂଶୁ ଶେଖର ଦାସ, ଶଶାଙ୍କ ଶେଖର ମିଶ୍ର, ଭଜନାନନ୍ଦ ସାହୁ, ସୁଶାନ୍ତ ମିଶ୍ର, ଜିଲା କ୍ରୀଡା ସଂଘ ସମ୍ପାଦକ ନଳିନୀ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ହକି ଖେଳାଳି, କୋଚ୍‌ ଏବଂ ପ୍ରଶିକ୍ଷଣ ନେଉଥିବା ଖେଳାଳି ଉପସ୍ଥିତ ଥିଲେ।

ନୂତନ କୌଶଳ ଶିଖିବାର ସୁଯୋଗ ମିଳିବ
ହକି ପ୍ରତି ପିଲାଟି ଦିନରୁ ଦୁର୍ବଳତା ରହିଛି। ସପ୍ତମ ଶ୍ରେଣୀରେ ପଢ଼ିବା ସମୟରୁ ହକି ଖେଳୁଛି। ଦୈନିକ ମିନି ଷ୍ଟାଡିୟମରେ ଅଭ୍ୟାସ କରୁଛି। ଏହି ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ନୂତନ କୌଶଳ ଶିଖିବା ଲାଗି ସୁଯୋଗ ମିଳିବ।
-ଯମୁନା ଜେନା, ହକି ଖେଳାଳି
ଜିଲା ପାଇଁ ଖୁସିର ଦିନ
ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ମିଳୁ ନ ଥିଲା। ପ୍ରଶିକ୍ଷଣ କେନ୍ଦ୍ର ଏହି ଅଭାବ ପୂରଣ କରିବ। କର୍ତ୍ତୃପକ୍ଷ ଚାହିଁଲେ ଏଠାରେ ଆଷ୍ଟ୍ରୋଟର୍ଫ ମଧ୍ୟ ହୋଇପାରିବ। ଜିଲାର ହକି ପାଇଁ ଖୁସିର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ।
-ସାଇ ପ୍ରସାଦ ଦଳେଇ, କୋଚ୍‌
ଅଭ୍ୟାସ ପାଇଁ ଆବଶ୍ୟକ ସାଧନ ମିଳିବ
ସମ୍ବଲପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ୧୦ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ପ୍ରତିଭାବାନ ଖେଳାଳି ସୃଷ୍ଟି କରିବା ଏବଂ ହକିର ମାନ ବଢ଼ାଇବା ଲାଗି ଟାଟାଷ୍ଟିଲ ଓ ଟାଟାଟ୍ରଷ୍ଟର ଏହି ପ୍ରୟାସ। ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ଅଭ୍ୟାସ ପାଇଁ ଆବଶ୍ୟକ ସାଧନ ମିଳିବ।
-ସୁମନ ଚୌଧୁରୀ, ଗ୍ରାସ୍‌ରୁଟ୍‌ କୋଅର୍ଡିନେଟର
ବାହାରିବେ ପ୍ରତିଭାବାନ କ୍ରୀଡ଼ାବିତ୍‌
ହକି ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଜିଲାର ହକି ଖେଳାଳିଙ୍କୁ ଭଲ କୋଚ୍‌ ଏବଂ କୋଚିଂ ମିଳିବ। ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ସ୍ବତନ୍ତ୍ର ଭାବେ ମହିଳା କୋଚ୍‌ ରହିବେ। ଜିଲାରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ ବାହାରିବେ। ତା’ ସହିତ ହକିର ପ୍ରସାର ନିଶ୍ଚିତ ହେବ।
-ପ୍ରଦୀପ୍ତ କୁମାର ମହାନ୍ତି, ଜିଲା କ୍ରୀଡ଼ା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri