ସାମାନ୍ୟ କାଚଖଣ୍ଡ ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ଓ୍ବାଶିଂଟନ,୨୬ା୯: ଆମେରିକାର କେଭିନ କିନାର୍ଡ ନାମକ ଜଣେ ବ୍ୟକ୍ତି ପାର୍କରେ ବୁଲିବା ସମୟରେ ଏମିତି ଏକ ଜିନିଷ ପାଇଲେ, ଯାହା ତାଙ୍କ ଭାଗ୍ୟକୁ ବଦଳାଇଦେଲା। ସେ ପାର୍କରେ ବୁଲୁଥିବା ସମୟରେ ଏକ କାଚଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହା ତାଙ୍କୁ ଆକର୍ଷିତ କରିଥିଲା। ସେ ଏହି କାଚଖଣ୍ଡ ନିକଟକୁ ଯାଇ ଏହାର ଅନୁସନ୍ଧାନ କରିଥିଲେ। ପରେ ଏହା ୯.୦୭ କ୍ୟାରେଟ ହୀରା ଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ହୀରାକୁ ୪୮ ବର୍ଷ ଇତିହାସରେ ଦ୍ୱିତୀୟ ବୃହତ୍ତମ ହୀରା ବୋଲି ବର୍ଣ୍ଣନା କରାଯାଇଛି।

ଆମେରିକାର କେଭିନ ବୃତ୍ତିରେ ଜଣେ ବ୍ୟାଙ୍କ ମ୍ୟାନେଜର। କେଭିନ କିନାର୍ଡ କହିଛନ୍ତି ଯେ, ସେ ଏବଂ ତାଙ୍କ ବନ୍ଧୁ ହୋଲିଡ ମୁର୍ଫ୍ରିସବୋରୋ ପାର୍କରେ ବୁଲୁଥିଲେ। ପାର୍କର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଗୋଲାକାର ସ୍ଫଟିକ ଉପରେ ତାଙ୍କର ନଜର ପଡ଼ିଥିଲା। ଏହି କାଚଖଣ୍ଡ ତାଙ୍କୁ ସୁନ୍ଦର ଦେଖାଯିବା ସେ ନିଜ ବ୍ୟାଗରେ ସାଇତି ରଖିଥିଲେ। କିଛି ଘଣ୍ଟା ପରେ ସେ ଏବଂ ତାଙ୍କ ସାଥୀମାନେ ପାର୍କର ଯାଞ୍ଚ କେନ୍ଦ୍ରରେ ଅଟକି ଯାଇଥିଲେ। ଯେଉଁଠାରେ ପାର୍କ କର୍ମଚାରୀମାନେ ଲୋକମାନଙ୍କ ଦ୍ୱାରା ମିଳିଥିବା ଜିନିଷଗୁଡ଼ିକୁ ଯାଞ୍ଚ ଏବଂ ପଞ୍ଜୀକରଣ ଆରମ୍ଭ କରିଥିଲେ। ତେବେ କେଭିନ୍‌ଙ୍କ ଲଗେଜ ଯାଞ୍ଚ ପରେ ଏହା କାଚ ନୁହେଁ, ହୀରା ବୋଲି ଜଣାପଡ଼ିଥିଲା। ଏଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share