ହଠାତ୍‌ ଭାଙ୍ଗିଲା କାଚ ବ୍ରିଜ୍‌, ୩୦ ଫୁଟ ତଳକୁ ଖସିପଡ଼ିଲେ ପର୍ଯ୍ୟଟକ, ଭିଡିଓ ଦେଖିଲେ…

ଜାକର୍ତ୍ତା: ବିଶ୍ୱର ଅନେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଛି। ଯାହା ସେମାନଙ୍କର ସୌନ୍ଦର୍ଯ୍ୟ ହେତୁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ। ଏହି ଅନନ୍ୟ ଏବଂ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ଗୋଟିଏ ପଟେ କିଛି ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ସ୍ମରଣୀୟ ସ୍ମୃତି ପାଲଟୁଥିବା ବେଳେ କିଛି ସ୍ଥାନରେ ଘଟୁଥିବା ଦୁର୍ଘଟଣା ମନରୁ ଲିଭି ନ ଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନରେ ଏକ ଦୁର୍ଘଟଣା ଘଟିଛି, ଯାହା ଜାଣିଲେ ପାଦତଳୁ ମାଟି ଖସିଯିବ।

ଏହି ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଯେଉଁଥିରେ ୩୦ ଫୁଟରୁ ଜଣେ ପର୍ଯ୍ୟଟକ ଖସି ମୃତ୍ୟୁବରଣ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ ଦୁର୍ଘଟଣା ଘଟିଲା ସେତେବେଳେ ଅନେକ ଲୋକ ବ୍ରିଜ୍‌ ଉପରେ ଠିଆ ହୋଇଥିଲେ, କିନ୍ତୁ ପରେ ବ୍ରିଜ୍‌ର ଗ୍ଲାସ୍‌ ଫାଟି ଯାଇଥିଲା ଏବଂ ଜଣେ ପର୍ଯ୍ୟଟକ ତଳେ ପଡ଼ିଯାଇଥିଲେ। ଏତେ ଉଚ୍ଚତାରୁ ଖସିପଡ଼ିବାରୁ ସେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଭିଡିଓରେ ଜଣେ ବ୍ୟକ୍ତି ବ୍ରିଜ୍‌ର ଭଙ୍ଗା କାଚ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଛି, ଯାହା ଲୋକଙ୍କ ସାହାଯ୍ୟରେ ବାହାରକୁ ନିଆଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ବ୍ରିଜ୍‌ର ଗ୍ଲାସ ଭାଙ୍ଗିବା ପରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଗତ ବୁଧବାର ପୂର୍ବାହ୍ନରେ ଜଙ୍ଗଲର ଚଟାଣଠାରୁ ପ୍ରାୟ ୩୦ ଫୁଟ ଉଚ୍ଚରେ ଜୋଙ୍ଗ ବ୍ରିଜ୍‌ ପାର ହେଉଥିବା ବେଳେ କେନ୍ଦ୍ରୀୟ ଜାଭା ସହରର ୧୧ ପର୍ଯ୍ୟଟକଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ଅନେକ ଲୋକ ବ୍ରିଜ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ବ୍ରିଜ୍‌ ଦୁର୍ଘଟଣା ବିଷୟରେ ଲୋକମାନେ ଭିନ୍ନ କଥା କହୁଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଏହି ସେତୁ ସୁରକ୍ଷିତ ନୁହେଁ। ବର୍ତ୍ତମାନ ଦୁର୍ଘଟଣା ପରେ ତଦନ୍ତ ଚାଲିଛି।

Share