ଆବର୍ଜନାରୁ ଉଠାଇ ଆଣିଥିବା ଝିଅକୁ ବାପାର ପରିଚୟ ଦେଇଛନ୍ତି ଏହି ଅଭିନେତା

ବଲିଉଡ ଅନେକ ତାରକା ଅଛନ୍ତି, ଯେଉଁମାନଙ୍କ ନିଜର ପିଲା ଥାଇ ସୁଦ୍ଧା ସେମାନେ ଅନାଥ ପିଲାମାନଙ୍କୁ ପୋଷ୍ୟ କରି ସେମାନଙ୍କୁ ବଞ୍ଚାଇ ଏକ ନୂତନ ଜୀବନ ଦେଇଛନ୍ତି । ସେମାନଙ୍କୁ ନିଜର ପରିଚୟ ଦେଇଛନ୍ତି। ନିଷ୍ପାପ ଶିଶୁ ମୁହଁରେ ହସ ଫୁଟାଇ ପାରିଛନ୍ତି। ସେମାନଙ୍କ ପାଇଁ ଆଜିବି ଆମେ ଗର୍ବିତ।
ସେଥି ମଧ୍ୟ୍ୟରୁ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅନ୍ୟତମ। ମିଥୁନଙ୍କ ଚାରି ସନ୍ତାନ ଥାଇ ସୁଦ୍ଧା ତାଙ୍କ ସାନ ଝିଅ ଦିଶାନୀଙ୍କୁ ସେ ଆବର୍ଜନାରୁ ପାଇଥିଲେ। ପରେ ତାଙ୍କୁ ନିଜର ନାଁ ଦେଇ ବଡ଼ କରିଥିଲେ। ବାପାର ପରିଚୟ ଦେଇ ସବୁ ସ୍ନେହ ସେ ତାଙ୍କ ଉପରେ ଅଜାଡି ଦେଇଥିଲେ। ବର୍ତ୍ତମାନ ଦିଶାନି ଆମେରିକାରେ ରହି ପାଠ ପଢ଼ୁଛନ୍ତି।

Share