Categories: ଫୁରସତ

ବଣିଙ୍କୁ ଖାଇବାକୁ ଦେଇ ହୃଦୟ ଜିଣିଲା କୁନି ଝିଅ, ଭିଡିଓ ଦେଖିଲେ…

ବେଳେବେଳେ ଶିଖିବା କିମ୍ବା ପ୍ରେରଣା ଦେବା ଉପରେ ବୟସ ନିର୍ଭର କରେ ନାହିଁ। ପିଲାମାନେ ଚପଳମତି ବୟସରେ ବି କିଛି ନ କହି ସବୁକିଛି କୁହନ୍ତି। ଯାହା ବେଳେବେଳେ ବୁଝି ବି ହୋଇଯାଏ। ଏବେ ଜଣେ କୁନି ଶିଶୁର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଉଦାରତା ଏବଂ ଦୟା ଲୋକମାନଙ୍କୁ ବହୁତ ପ୍ରଭାବିତ କରିଛି।

ଆଇଏଏସ୍‌ ସୋନାଲି ଗୋୟଲ ତାଙ୍କ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଏକ ଛୋଟ ପିଲା ଏକ ବାସନରୁ ଖାଦ୍ୟ ବାହାର କରି ବଣିମାନଙ୍କୁ ଖାଇବାକୁ ଦେଉଥିବାର ଦେଖାଯାଇଛି। ଦର୍ଶକମାନେ ଏହା ଦେଖି କୁନି ଝିଅର ଉଦାରତାର ପ୍ରଶଂସା କରିଛନ୍ତି। ଏକ କାଠ ଚାମଚ ସହିତ ପିଲାଟି ଗୋଟିଏ ପରେ ଗୋଟିଏ ବଣିଙ୍କ ପାଟିରେ ଖାଦ୍ୟ ଦେଉଥିବାର ନଜର ଆସିଛି। ଏହି ଭିଡିଓ ଲୋକମାନଙ୍କୁ ପ୍ରଭାବିତ କରିବା ସହିତ ଏକ ଶିକ୍ଷା ମଧ୍ୟ ଦେଉଛି।

 

କିଛି ଲୋକ ଅଛନ୍ତି ସେମାନେ ପଶୁପକ୍ଷୀଙ୍କ ଯତ୍ନ ଆଦୌ ନିଅନ୍ତି ନାହିଁ। ସେମାନେ ନିଶ୍ଚିତ ଭାବରେ ଏହି ଶିଶୁର ଭିଡିଓ ଦେଖିଲେ ଜାଣି ପାରିବେ ଯେ, ଏ ବୟସରେ ବି ସେ ନିରୀହ ଜୀବଙ୍କ ପେଟ ଚିନ୍ତା କରୁଛି। ନିଜ ଖାଇବା ଛାଡ଼ି ସେମାନଙ୍କୁ ଖାଇବା ପାଇଁ ଦେଉଛି। ଭିଡିଓରେ କ୍ୟାପଶନ ଲେଖାହୋଇଛି, ସହାନୁଭୂତି, କରୁଣା, ଦୟା! ଏହି ଛୋଟ ପିଲା ଆମ ସମସ୍ତଙ୍କୁ ଶିକ୍ଷା ଦେଉଛି। ଭିଡିଓଟିକୁ ୨୫୦୦୦ରୁ ଅଧିକ ଲୋକ ଦେଖିସାରିଲେଣି।

Share