ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ନାବାଳିକାଙ୍କ ଜୀବନ ଗଲା

ଗୁଣୁପୁର,୨୬ା୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗଠଳପଦର ପଞ୍ଚାୟତ କୁକୁରଗୁଡ଼ା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ନାବାକିକାଙ୍କ ଜୀବନ ଯାଇଛି। ସେ ହେଲେ ପ୍ରିୟାଞ୍ଜଳି ନିମାଲା। ବୁଧବାର ସକାଳେ ପ୍ରିୟାଞ୍ଜଳି ଗାଧୋଇ ସାରି ଡ୍ରେସ ଶୁଖାଇବା ପାଇଁ ନଳକୂଅ ପାଖରେ ପିଜୁଳି ଗଛ ନିକଟକୁ ଯାଇଥିଲେ। ଉକ୍ତ ପିଜୁଳି ଗଛ ଦେଇ ବିଦ୍ୟୁତ ତାର ଯାଇଥିବାରୁ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଗନ୍ନାଥପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ପ୍ରିୟାଞ୍ଜଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।