Categories: ଫୁରସତ

ଟ୍ରେନ୍‌ ଭିତରେ ଏମିତି ଡ୍ୟାନ୍ସ କଲେ ଝିଅ, ରାତାରାତି ହେଲେ ଭାଇରାଲ, ଭିଡିଓ ଦେଖିଲେ..

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। ଆପଣ ଲୋକମାନଙ୍କୁ ରିଲ୍‌ରେ ଡ୍ୟାନ୍ସ ଏବଂ ଗୀତ ଗାଉଥିବାର ଦେଖିଥିବେ। ଯଦି ସେମାନେ ଘର ଭିତରେ ଏହା କରନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ। କିନ୍ତୁ ଯେତେବେଳେ ଲୋକମାନେ ସର୍ବସାଧାରଣ ସ୍ଥାନରେ ଡ୍ୟାନ୍ସ ଏବଂ ଗୀତ ଗାଇବା ଆରମ୍ଭ କରନ୍ତି, ତେବେ ଏହା ପ୍ରଶଂସା ଅପେକ୍ଷା ଅଧିକ ପରିହାସ ହୋଇଯାଏ। ଜଣେ ଝିଅ ସହିତ ଏମିତି ଏକ ଘଟଣା ଘଟିଛି। ଏକ ଲୋକାଲ ଟ୍ରେନ୍‌ରେ ଝିଅ ଜଣକ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ରାତାରାତି ଭାଇରାଲ ହେଉଛି।

_sillyworld ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର କରାଯାଇଛି। ଝିଅ ଜଣଙ୍କୁ ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଛି। ଟ୍ରେନ୍‌ରେ ବସିଥିବା ଲୋକମାନେ ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି। ଏହି ଭିଡିଓରେ ଝିଅଟି ଭୋଜପୁରୀ ଗୀତରେ ନାଚୁଥିବା ନଜର ଆସିଛନ୍ତି। ଝିଅ ଜଣକ ନାମ ଶ୍ରେୟା ରୟ (@ sreya646_) ଏବଂ ଇନ୍‌ଷ୍ଟାଗ୍ରାମରେ ତାଙ୍କର ୯୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ଏପରି ଅନେକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜନସାଧାରଣଙ୍କ ଆଗରେ ତ ବେଳେବେଳେ ରାସ୍ତାରେ ଏବଂ କେବେ ଟ୍ରେନରେ ବି ଡ୍ୟାନ୍ସ କରୁଛନ୍ତି।

ଏହି ଭିଡିଓଟି ଶ୍ରେୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଭ୍ୟୁ ପାଇଥିବା ବେଳେ ଭିଡିଓଟି ଅନ୍ୟ  ଆକାଉଣ୍ଟରେ ଅଧିକ ଭ୍ୟୁ ପାଇଛି। ଭିଡିଓରେ, ଶ୍ରେୟାଙ୍କ ଡ୍ୟାନ୍ସକୁ ଜଣେ ବ୍ୟକ୍ତି ଏକ ଧ୍ୟାନରେ ଚାହିଁ ରହି ଉପଭୋଗ କରୁଛନ୍ତି। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କୁ ଟ୍ରୋଲ କରୁଛନ୍ତି।
ଜଣେ ୟୁଜର କହିଛନ୍ତି, ଅଙ୍କଲ ଜୀ ମଜା କରୁଛନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, ଆଜି ବି ଅଙ୍କଲ ଏହି ଟ୍ରେନରେ ଯାଇଥାନ୍ତି। ଅନେକ ଲୋକ ସେହି ଝିଅଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି। ସେହିପରି ଅନ୍ୟଜଣେ ୟୁଜର କହିଛନ୍ତି, ସେ ଭଲ ଡ୍ୟାନ୍ସ କରୁଛନ୍ତି ଏବଂ ଭଲ ମଧ୍ୟ ଦେଖାଯାଉଛନ୍ତି, କିନ୍ତୁ ସେ ଡ୍ୟାନ୍ସ କରିବାକୁ ବାଛିଥିବା ସ୍ଥାନ ଠିକ୍‌ ନୁହେଁ। ଜଣେ କହିଛନ୍ତି, ଏହି ଭିଡିଓ ଦେଖିବା ପରେ ବୋଧହୁଏ ଟ୍ରେନ୍‌ ଟିକେଟ ମୂଲ୍ୟ ବୃଦ୍ଧି ପାଇବ।

Share