Posted inଫୁରସତ

KTM ଚଢ଼ି ଶାଢ଼ି,ଗହଣାରେ ସଜେଇ ହୋଇ ମଣ୍ଡପ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ସମୟରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ଶୋଭାଯାତ୍ରାରେ କନ୍ୟାଙ୍କ ଘରକୁ ଯାଇଥାନ୍ତି। କନ୍ୟା ସେହି ସମୟରେ ଘରେ ରୁହନ୍ତି। କିନ୍ତୁ ଆଜିକାଲି ସମୟ ବଦଳିଛି। ଗୋଟିଏ ପଟେ ଲୋକମାନେ ଅଜବ ଉପାୟରେ ବିବାହ ପୂର୍ବରୁ ଫଟୋଶୁଟ୍‌ କରୁଥିବା ବେଳେ ଅନ୍ୟ ପଟେ ଜଣେ କନ୍ୟା ଇନ୍‌ଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି।

 

View this post on Instagram

 

A post shared by Kajal Dutta (@_rider_girl_kajal_)

ନାଲି ଶାଢ଼ି ଏବଂ ବହୁ ସୁନା ଅଳଙ୍କାର ପିନ୍ଧି କନ୍ୟା ଜଣକ ଏକ କେଟିଏମ୍‌ ବାଇକ୍‌ ଚଳାଉଛନ୍ତି। ସେ ଯେଉଁ ରାସ୍ତାରେ ଯାଉଛନ୍ତି ସେ ନିକଟସ୍ଥ ଲୋକମାନେ ତାଙ୍କୁ ବୁଲିବୁଲି ଚାହଁୁଛନ୍ତି। କେବଳ ଏତିକି ନୁହେଁ, କିଛି ଲୋକ ଭିଡିଓ ତିଆରି କରିବାରେ ମଧ୍ୟ ବ୍ୟସ୍ତ। କନ୍ୟାଙ୍କ ନାମ କାଜଲ ଦତ୍ତ। ଯିଏକି ରାଇଡର୍‌ ଗର୍ଲ କାଜଲ ଭାବରେ ଜଣାଶୁଣା। କାଜଲ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ୍‌ କରିଛନ୍ତି।

ଏପରି ଅନେକ ଭିଡିଓ କାଜଲଙ୍କ ପ୍ରୋଫାଇଲରେ ଦେଖିବାକୁ ମିଳେ, ଯେଉଁଥିରେ ସେ ଏକ କନ୍ୟାଯାତ୍ରୀ ପୋଷାକରେ ବାଇକ୍‌ ଚଳାଉଛନ୍ତି। ଏହା ବ୍ୟତୀତ, ତାଙ୍କର ଅନେକ ଭିଡିଓ ଅଛି ଯେଉଁଥିରେ ସେ ଏକ କାଜୁଆଲ ଷ୍ଟାଇଲ୍‌ରେ ବି ବାଇକ ଚଳାଉଛନ୍ତି। କାଜଲ ନିଜକୁ ବଙ୍ଗୀୟ ସିଂହୀ ବୋଲି କହିଛନ୍ତି।

କାଜଲଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଏପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହାକୁ ଶେୟାର କରିଛନ୍ତି। କେବଳ ଏତିକି ନୁହେଁ, ଏହି ଭିଡିଓକୁ ୪ ଲକ୍ଷ ୪୦ ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ପ୍ରାୟ ୩ ହଜାର ମନ୍ତବ୍ୟ ଆସିଛି। କେହି କେହି କହୁଛନ୍ତି, ବଙ୍ଗାଳୀ ଝିଅମାନେ ଦୂରରୁ ଜଣାପଡ଼ନ୍ତି। ଆଉ କେତେକ ତାଙ୍କୁ ସଉକବାଲି କନ୍ୟା ବୋଲି କହିଛନ୍ତି। ଜଣେ ୟୁଜର କହିଛନ୍ତି, ଆଞ୍ଜେଲ। ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ବିନା ହେଲମେଟରେ ବାଇକ୍‌ ଚଳାଇଲେ ଚାଲାଣ କଟିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri