Categories: ଫୁରସତ

୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…

ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ମୋ’ ଡିପିଏସ୍‌ ବେଲ୍ଟ, ଫିଚରିଂ ବିହାରି ମମ୍‌’। ଛବି ଗୁପ୍ତା ନାମକ ଜଣେ ଯୁବତୀ ଗୁଚିର ଏକ ବେଲ୍ଟ କିଣି ଆଣିଥିଲେ। ସେ ଯେତେବେଳେ ଏହି ବେଲ୍ଟର ଦାମ୍‌ ତାଙ୍କ ମା’ଙ୍କୁ କହିଲେ, ସେତେବେଳେ ତାଙ୍କ ମା’ ମଜାଳିଆ ପ୍ରତିକ୍ରିୟା ଦେଇଥିଲେ। ସେ କହିଲେ ଏ ତ ଡିପିଏସ୍‌ ସ୍କୁଲର ପିଲାମାନେ ବାନ୍ଧନ୍ତି। ଛବି ମା’ଙ୍କୁ ବେଲ୍ଟର ଦାମ୍‌ କହିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କହିଲେ ବଜାରକୁ ଯାଅ ଆଉ ୧୫୦ ଟଙ୍କାରେ ବେଲ୍ଟ କିଣି ଆଣ। ଏହି ବେଲ୍ଟରେ ତୁମକୁ ଏବେ ମାରିବି। ଆଉ ତାଙ୍କ ବିହାରି ସ୍ବରରେ କହୁଥିବା କଥା ଭାଇରାଲ ହେଉଛି। ଛବି ମା’ଙ୍କର ଏପରି ପ୍ରତିକ୍ରିୟା ଦେଖି ହସି ହସି ଗଡୁଛନ୍ତି। ସେ ତାଙ୍କ ମା’ଙ୍କ ପ୍ରତିକ୍ରିୟା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଛବି ଲେଖିଛନ୍ତି, ମୁଁ ଯେତେବେଳେ ବି ମୋ’ ମାଙ୍କୁ କିଛି କୁହେ, ସେ ଏମିତି ମଜାଳିଆ ଢଙ୍ଗରେ ଉତ୍ତର ଦିଅନ୍ତି। ଯାହାକୁ ମୁଁ ରେକର୍ଡିଂ କରି ସୋସିଆଲ ମିଡିଆରେ ଶେୟାର କରିଛି। ଛବିଙ୍କ ଏହି ପୋଷ୍ଟକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।

Share