Categories: ଫୁରସତ

ନର୍କର ଦ୍ୱାର

ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମଣିଷ ଅନେକ ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଉଛି। ହେଲେ ଏବେବି ପୃଥିବୀରେ ଏଭଳି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠିକୁ ଯିବା ତ ଦୂରର କଥା, ଏହା ସମ୍ପର୍କରେ ଠିକ୍‌ ତଥ୍ୟ ଜାଣିବାରେ ମଣିଷ ଅସଫଳ। ଆସନ୍ତୁ, ଜାଣିବା ନର୍କର ଦ୍ୱାର ବୋଲି କୁହାଯାଉଥିବା ଏଭଳି ଏକ ସ୍ଥାନ ସମ୍ପର୍କରେ ଜାଣିବା …
ଏକ ବହୁ ପୁରାତନ ସହର ହେରାପୋଲିସ୍‌, ଯାହାକି ବର୍ତ୍ତମାନ ପୁମୁକାଲ ସହର ନାମରେ ପରିଚିତ। ସେଠାରେ ରହିଛି ଏକ ରହସ୍ୟମୟୀ ମନ୍ଦିର, ଯେଉଁଠାକୁ ଗଲେ କେହି କେବେ ଫେରନ୍ତି ନାହିଁ। ଏମିତିକି ସେଠାକୁ ଗଲେ ପଶୁ ପକ୍ଷୀଙ୍କର ମଧ୍ୟ ମୃତ୍ୟୁ ହୋଇଥାଏ। ଏହି କାରଣରୁ ଉକ୍ତ ମନ୍ଦିରକୁ ନର୍କର ଦ୍ୱାର ବୋଲି କୁଆଯାଇଥାଏ।
ସୁଦ୍ଧା ସେଠାରେ ବହୁ ସଂଖ୍ୟାରେ ମଣିଷ ଏବଂ ପଶୁ ପକ୍ଷୀଙ୍କ ମୃତ୍ୟୁ ହୋଇ ସାରିଥିଲେ ହେଁ ଏହା ପଛରେ ଥିବା ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ। ତେବେ ଲୋକ କଥା ଅନୁଯାୟୀ, ଉକ୍ତ ମନ୍ଦିରରେ ଏକ ଗୁମ୍ଫା ରହିଛି ଯେଉଁଠାରେ ପ୍ଲୁଟୋ ଦେବତା ରୁହନ୍ତି। ଆଉ ତାଙ୍କୁ ଖାଇବା ଲାଗି ଦିଆଯାଉଥିବା ପଶୁ ଆଉ ଫେରି ଆସନ୍ତି ନାହିଁ। କେହି କେହି ଏକଥା ବି କୁହନ୍ତି ଯେ, ସେଠାରେ ରହୁଥିବା ୟୁନାନୀ ଦେବତାଙ୍କ ବିଶାକ୍ତ ନିଶ୍ୱାସ ଉକ୍ତ ମନ୍ଦିର ଗୁମ୍ଫାକୁ ଯାଉଥିବା ମଣିଷ କିମ୍ବା ଅନ୍ୟ ଜୀବଙ୍କ ମୃତ୍ୟୁର କାରଣ।
ସେଠାରେ ହେଉଥିବା ରହସ୍ୟମୟୀ ମୃତ୍ୟୁକୁ ନେଇ ବୈଜ୍ଞାନିକଙ୍କ ମତ କିନ୍ତୁ ଭିନ୍ନ। ସେମାନେ କୁହନ୍ତି, ଉକ୍ତ ଗୁମ୍ଫା ତଳୁ ନିର୍ଗତ ହେଉଥିବା ପ୍ରଚୁର ପରିମାଣର ବିଶାକ୍ତ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ଏଥିପାଇଁ ଦାୟୀ।

Share