ଭୁବନେଶ୍ୱର,୨୩ା୧୦: ସମ୍ ହସ୍ପିଟାଲ ନିକଟରେ ଥିବା ଏକ ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟର ଗେଟ୍ ଛାତ ଗୁରୁବାର ଭୁଶୁଡ଼ି ପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆଜି ସନ୍ଧ୍ୟାରେ ଉକ୍ତ ଗେଟ୍ ଛାତ ପଡ଼ିଥିବାବେଳେ ରାତିରେ ହିଁ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ଘଟିଛି ବୋଲି କୁହାଯାଉଛି। କର୍ମଚାରୀମାନେ ଉକ୍ତ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


