ଗ୍ୟାସ୍‌ ଟାଙ୍କିରୁ ଦୋକାନରେ ଲାଗିଲା ନିଆଁ

ସାକ୍ଷୀଗୋପାଳ,୨ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅଁଳାନବମୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସମାରୋହ ଶ୍ରୀରାଧା ଉତ୍ସବ ପଡ଼ିଆରେ ଏକ ଜଳଖିଆ ଦୋକାନରେ ବୁଧବାର ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ମସଲାଦୋସା ପ୍ରସ୍ତୁତ କରୁଥିବା ଏହି ଦୋକାନରେ ଲାଗିଥିବା ରନ୍ଧନ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ଜଳିବାକୁ ଲାଗିଥିଲା। ଫଳରେ ଉକ୍ତ ଦୋକାନର ଟେଣ୍ଟ କପଡ଼ା ପୋଡ଼ିଯାଇଥଗଲା। ଉପସ୍ଥିତ ଲୋକେ ଓ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇ ଦେଇଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି।