ଜେସିବିରେ ଲାଗି ଗ୍ୟାସ ପାଇପ୍‌ ଲାଇନ ଇନଫର୍‌ମେଶନ ଓୟାର ଛିଡ଼ିଗଲା

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟ୍‌ ଛେଲା ପଞ୍ଚାୟତ କୋଚିଳା-ବଜରପୁରୁ ଗ୍ରାମ ସଂଲଗ୍ନ ମହାନଦୀ ଶାଖା ଗୁପ୍ତଗିରି ନଦୀପାଶର୍‌ବ ବାର୍‌ହାଖିଆ ଯୋରୀ ଦେଇ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଓ ବିହାର ରାଜ୍ୟର ମୋତିହାର ପର୍ଯ୍ୟନ୍ତ ଦୀର୍ଘ ୬ ଶହ କିମିରୁ ଅଧିକ ଏଲ୍‌ପିଜି ଗ୍ୟାସ୍‌ ପାଇପ୍‌ ଲାଇନ୍‌ ଯାଉଛି। ଜଳ ସେଚନ ବିଭାଗ ଜଳ ନିକାସ ପଥ ବିଭାଗ ପକ୍ଷରୁ ଯୋରୀ ପୁନରୁଦ୍ଧାର ପାଇଁ କାର୍ଯ୍ୟ ଚାଲିଥିଲା ସମୟରେ ଏହି ଗ୍ୟାସ୍‌ ପାଇପ୍‌ ଲାଇନରେ ଜେସିବି ଖୋଲିବା ସମୟରେ ପାଇପ୍‌ରେ ବାଜିବାରୁ ଏହା କ୍ଷତିଗ୍ରସ୍ତ ହେବା ସହ ଇନଫର୍‌ ମେଶନ ଓୟାର ଛିଡି ଯାଇଥିଲା। ଫଳରେ ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମର ନିୟନ୍ତ୍ରଣ କକ୍ଷକୁ ସୂଚନା ମିଳିଥିଲା। ପରେ ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର ବୈଷୟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। କ୍ଷତିଗ୍ରସ୍ତ ପାଇପକୁ ଓଲଡିଂ କରାଯାଇଛି।
ତେବେ ଏଠାରେ ପ୍ରଶ୍ନ ଉଠେ ସମତଳ ଅଞ୍ଚଳ ଓ ନଦୀରେ ତଳସ୍ତରରେ ଯେତିକି ମାଟି ତଳେ ପାଇପ୍‌ ବିଛା ହେବା କଥା ତାହା ହୋଇନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯଦି ଏହି ପାଇପ୍‌ ଲାଇନରେ କିଛି ବୈଷୟିକ ତ୍ରୁଟି ହୋଇ ଗ୍ୟାସ୍‌ ଲିକେଜ୍‌ ହୁଏ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୁଚନା ଯୋଗ୍ୟ ଏହି ଅଞ୍ଚଳରେ ପାଇପ୍‌ ଲାଇନ୍‌ ଯାଇଥିବା ଅଞ୍ଚଳରେ ତୈଳ ନିଗମ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠି ବା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ଜନ କଲ୍ୟାଣ ଯୋଜନା ତଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ସର୍ବୋପରି ପରିବେଶ ସୁରକ୍ଷା ଦିଗରେ ଯେଉଁସବୁ ଉନ୍ନୟନ କାର୍ଯ୍ୟ ହେବା କଥା ତାହା ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ହେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଅପରପକ୍ଷରେ ଯଦି କିଛି ଦୁର୍ଘଟଣା ଘଟେ ତେବେ ଅଞ୍ଚଳବାସୀ କିପରି ଏହାକୁ ମୁକାବିଲା କରିବେ ବୋଲି ସଚେତନ କରାଯାଉନାହିଁ ବୋଲି ସରପଞ୍ଚ ପ୍ରସନ୍ନ କୁମାର ବେହେରା, ସମିତିସଭ୍ୟ ସତ୍ୟବ୍ରତ ବେହେରା, ନିରାକାର ସ୍ବାଇଁ, ବୀରବର ସ୍ବାଇଁ, ଅଶୋକ କୁମାର ରାଉତ, ରାଧୁ ସାହୁ, ଗୟାଧର ସ୍ବାଇଁ, ଶତ୍ରୁଘ୍ନ ସ୍ବାଇଁ, ସୁନିଲ ସ୍ବାଇଁ, ଭିକାରୀ ସ୍ବାଇଁ ଓ ଯଶବନ୍ତ ବେହେରା ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଏହି ଦାୟିତ୍ୱରେ ଥିବା ତୈଳ ନିଗମ କର୍ମଚାରୀ ଚିନ୍ମୟ କୁମାରଙ୍କୁ ପଚାରିବାରେ ଏହି ସମସ୍ୟା ସମାଧାନ ପାଇଁ ନିଗମ ଯତ୍ନବାନ୍‌ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri