ଜେସିବିରେ ଲାଗି ଗ୍ୟାସ ପାଇପ୍‌ ଲାଇନ ଇନଫର୍‌ମେଶନ ଓୟାର ଛିଡ଼ିଗଲା

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟ୍‌ ଛେଲା ପଞ୍ଚାୟତ କୋଚିଳା-ବଜରପୁରୁ ଗ୍ରାମ ସଂଲଗ୍ନ ମହାନଦୀ ଶାଖା ଗୁପ୍ତଗିରି ନଦୀପାଶର୍‌ବ ବାର୍‌ହାଖିଆ ଯୋରୀ ଦେଇ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଓ ବିହାର ରାଜ୍ୟର ମୋତିହାର ପର୍ଯ୍ୟନ୍ତ ଦୀର୍ଘ ୬ ଶହ କିମିରୁ ଅଧିକ ଏଲ୍‌ପିଜି ଗ୍ୟାସ୍‌ ପାଇପ୍‌ ଲାଇନ୍‌ ଯାଉଛି। ଜଳ ସେଚନ ବିଭାଗ ଜଳ ନିକାସ ପଥ ବିଭାଗ ପକ୍ଷରୁ ଯୋରୀ ପୁନରୁଦ୍ଧାର ପାଇଁ କାର୍ଯ୍ୟ ଚାଲିଥିଲା ସମୟରେ ଏହି ଗ୍ୟାସ୍‌ ପାଇପ୍‌ ଲାଇନରେ ଜେସିବି ଖୋଲିବା ସମୟରେ ପାଇପ୍‌ରେ ବାଜିବାରୁ ଏହା କ୍ଷତିଗ୍ରସ୍ତ ହେବା ସହ ଇନଫର୍‌ ମେଶନ ଓୟାର ଛିଡି ଯାଇଥିଲା। ଫଳରେ ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମର ନିୟନ୍ତ୍ରଣ କକ୍ଷକୁ ସୂଚନା ମିଳିଥିଲା। ପରେ ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର ବୈଷୟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। କ୍ଷତିଗ୍ରସ୍ତ ପାଇପକୁ ଓଲଡିଂ କରାଯାଇଛି।
ତେବେ ଏଠାରେ ପ୍ରଶ୍ନ ଉଠେ ସମତଳ ଅଞ୍ଚଳ ଓ ନଦୀରେ ତଳସ୍ତରରେ ଯେତିକି ମାଟି ତଳେ ପାଇପ୍‌ ବିଛା ହେବା କଥା ତାହା ହୋଇନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯଦି ଏହି ପାଇପ୍‌ ଲାଇନରେ କିଛି ବୈଷୟିକ ତ୍ରୁଟି ହୋଇ ଗ୍ୟାସ୍‌ ଲିକେଜ୍‌ ହୁଏ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୁଚନା ଯୋଗ୍ୟ ଏହି ଅଞ୍ଚଳରେ ପାଇପ୍‌ ଲାଇନ୍‌ ଯାଇଥିବା ଅଞ୍ଚଳରେ ତୈଳ ନିଗମ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠି ବା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ଜନ କଲ୍ୟାଣ ଯୋଜନା ତଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ସର୍ବୋପରି ପରିବେଶ ସୁରକ୍ଷା ଦିଗରେ ଯେଉଁସବୁ ଉନ୍ନୟନ କାର୍ଯ୍ୟ ହେବା କଥା ତାହା ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ହେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଅପରପକ୍ଷରେ ଯଦି କିଛି ଦୁର୍ଘଟଣା ଘଟେ ତେବେ ଅଞ୍ଚଳବାସୀ କିପରି ଏହାକୁ ମୁକାବିଲା କରିବେ ବୋଲି ସଚେତନ କରାଯାଉନାହିଁ ବୋଲି ସରପଞ୍ଚ ପ୍ରସନ୍ନ କୁମାର ବେହେରା, ସମିତିସଭ୍ୟ ସତ୍ୟବ୍ରତ ବେହେରା, ନିରାକାର ସ୍ବାଇଁ, ବୀରବର ସ୍ବାଇଁ, ଅଶୋକ କୁମାର ରାଉତ, ରାଧୁ ସାହୁ, ଗୟାଧର ସ୍ବାଇଁ, ଶତ୍ରୁଘ୍ନ ସ୍ବାଇଁ, ସୁନିଲ ସ୍ବାଇଁ, ଭିକାରୀ ସ୍ବାଇଁ ଓ ଯଶବନ୍ତ ବେହେରା ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଏହି ଦାୟିତ୍ୱରେ ଥିବା ତୈଳ ନିଗମ କର୍ମଚାରୀ ଚିନ୍ମୟ କୁମାରଙ୍କୁ ପଚାରିବାରେ ଏହି ସମସ୍ୟା ସମାଧାନ ପାଇଁ ନିଗମ ଯତ୍ନବାନ୍‌ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri