ଅଳିଆ ହଟୁନି, ଡ୍ରେନ୍‌ ପୋତି ହେଲାଣି

ଖୋର୍ଦ୍ଧା ଅଫିସ,୧୫।୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ତନ୍ମଧ୍ୟରୁ ୨୦ ଓ୍ବାର୍ଡର ଅଳିଆ ଉଠାଇବା ଏବଂ ଡ୍ରେନ ସଫା ଲାଗି ଠିକା ସଂସ୍ଥାକୁ ଦିଆଯାଇଛି। ଦୈନିକ ଠିକା ସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ବାସ୍ତବ ଚିତ୍ର ସମ୍ପର୍ଣ୍ଣ ଭିନ୍ନ। ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଡ୍ରେନ ସଫା ନ ହେବା ଫଳରେ ପରିବେଶ ପ୍ରଦୂଷିତ ହେବା ସହ ଦୁଗର୍ନ୍ଧରେ ନାକ ଫାଟିି ପଡୁଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି। ସୋମବାର ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କର୍ମୀମାନେ ଗୀତାଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୌରପରିଷଦ କାର୍ଯ୍ୟାଳୟଠାରେ ପହଞ୍ଚି ଘେରାଉ କରିବା ସହ ଫାଟକ ଆଗରେ ଧାରଣା ଦେଇଥିଲେ। ବିଭିନ୍ନ ଓ୍ବାର୍ଡରେ ପିଏଚଡି ପକ୍ଷରୁ ଜଳଯୋଗାଣ ନିମେନ୍ତ ପାଇପ ଲାଇନ ମରାମତି ପାଇଁ ରାସ୍ତା ଖୋଳା ଯାଇଛି। ମରାମତି ନ ହେବାରୁ ଦୈନିକ ଦୁର୍ଘଟଣା ଘଟୁଛି। ଅଚଳ ନଳକୂପ ଓ ପାଇପ ମରାମତି କରାଯାଉନାହିଁ। ପୌରାଞ୍ଚଳରେ ଅନେକ ଗରିବ ପରିବାରଙ୍କୁ ରାଶନ କାର୍ଡ ଅଦ୍ୟାବଧି ଦିଆଯାଇନାହିଁ। ଭୂମିହୀନଙ୍କୁ ଚିହ୍ନଟ କରାଯାଇ ସ୍ଥାୟୀ ପ୍ରମାଣପତ୍ର ପ୍ରଦାନ କରାଯାଉ। ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସରକାରଙ୍କ ପକ୍ଷରୁ ୨ହଜାର ଟଙ୍କା ପ୍ରଦାନ ଲାଗି ଯୋଜନା ସତ୍ତ୍ୱେ ଗତ ୨ବର୍ଷ ହେବ କୌଣସି ସହାୟତା ଦିଆଯାଉନାହିଁ। ଖୋର୍ଦ୍ଧା ଶିଳ୍ପାଞ୍ଚଳରୁ ନିର୍ଗତ ଧୂଅଁା, ବର୍ଜ୍ୟବସ୍ତୁ ଓ ରାସାୟନିକ ଦୂଷିତ ଜଳ ତଳିଆ ଅଞ୍ଚଳରେ ଥିବା ଓ୍ବାର୍ଡରେ ପ୍ରବେଶ କରି ପରିବେଶକୁ ଦୂଷିତ କରୁଛି। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ରାଶି ଦିଆଯାଇନାହିଁ। ଏହି ସମସ୍ତ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ପୌର କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଉପଜିଲାପାଳ ଅଶୋକ ବେହେୁରିଆ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଏସ୍‌ଡିପିଓ ସୁଶିଲ ମିଶ୍ର, ଟାଉନ ଥାନାଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ନଗର କଂଗ୍ରେସ ସଭାପତି ରଞ୍ଜିତ୍‌ ମହାପାତ୍ରଙ୍କ ନେତୃତ୍ୱରେ ପିସିସି ସଭ୍ୟ ଶିଶିର ପରିଡା, ପିସିସି ମୁଖପାତ୍ର ଅମିୟ ମହାନ୍ତି, ବିଭାସ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri