ଲକ୍‌ଡାଉନ ସମୟରେ ପ୍ରବାସୀଙ୍କୁ ରୋଜଗାର ଦେଉଛି ଗଞ୍ଜାମ ଏନ୍‌ଏସି ପ୍ରଶାସନ

ଗଞ୍ଜାମ,୭।୭(ଡି.ଏନ୍‌.ଏ.): କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଫଳରେ କାମଧନ୍ଦା ନ ପାଇ ବେକାର ହୋଇ ଘରେ ବସୁଛନ୍ତି। ଏଭଳି ପରିସ୍ଥିତିରେ ବେକାରୀଙ୍କୁ ରୋଜଗାର ଦେଇଛି ଗଞ୍ଜାମ ଏନ୍‌ଏସି ପ୍ରଶାସନ । ବାହାରୁ ଆସିଥିବା ପ୍ରବାସୀଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ୱାର୍ଡର ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଉଛିl ଏଥିପାଇଁ ପାରିଶ୍ରମିକ ବାବଦକୁ ପ୍ରତି ଶ୍ରମିକ ପିଛା ୨୯୮ ଟଙ୍କା ଖର୍ଚ୍ଚ କରୁଛି ଏନ୍‌ଏସି ପ୍ରଶାସନ । ଯାହା ଫଳରେ ବେରୋଜଗାରୀଙ୍କୁ ରୋଜଗାର ମିଳିଛି । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କ ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।