ଗଞ୍ଜାମର ମୃତ ୪ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସମବେଦନା ଜଣାଇଲେ ଜିଲାପାଳ

ଛତ୍ରପୁର,୬ା୭(ଡି.ଏନ୍‌.ଏ.): କୋଭିଡ-୧୯ ଯୁଦ୍ଧରେ ମାନବ ଜାତି ପାଇଁ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଗଞ୍ଜାମ ଜିଲାର ୪ କୋଭିଡ୍‌ ଯୋଦ୍ଧାଙ୍କ ଜୀବନ ଯାଇଛି। ଏମାନେ ହେଲେ ଧରାକୋଟ ବ୍ଲକର ଜେଇ ପି ସୁରେଶ କୁମାର, ଆସିକା ବ୍ଲକ କେ ରାଇସିଙ୍ଗି ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢ଼ୀ, କବିସୂର୍ଯ୍ୟନଗର ବ୍ଲକ ଏସ ପଙ୍କଳବାଡ଼ି ପ୍ରାଇମେରୀ ସ୍କୁଲର କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଓ ବୁଗୁଡ଼ା ବ୍ଲକ ଖୋଳାଖଲି ଗାଁର ଅଙ୍ଗନଓ୍ବାଡ଼ି କର୍ମୀ ଭାରତୀ ସ୍ବାଇଁ। ଏମାନଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଟୁଇଟ୍‌ କରି ଦୁଃଖ ପ୍ରକାଶ ସହ ସମବେଦନା ଜଣାଇଛନ୍ତି। ପୂରା ଗଞ୍ଜାମ ଜିଲା ପ୍ରଶାସନ ଉକ୍ତ ପରିବାରଗୁଡ଼ିକ ସହ ଅଛନ୍ତି ବୋଲି ଜିଲାପାଳ କହିଛନ୍ତି।